ଜାତୀୟ ପଞ୍ଚୟତ ଦିବସକୁ ବିରୋଧ କଲେ ପଡ଼ିଆ ବ୍ଳକ୍ ସରପଞ୍ଚ ସଙ୍ଘ।

ଜାତୀୟ ପଂଚାୟତରାଜ ଦିବସକୁ ବିରୋଧ କଲେ ପଡ଼ିଆ ବ୍ଳକ୍ ସରପଞ୍ଚ ସଙ୍ଘ। ମାଲକାନାଗିରି ତା:- ୨୫/୦୪ ୨୦୨୫(ମାଲକାନଗିରି ଶିବପ୍ରସାଦ ପରିଛା ବିଶେଷ ଖବର)ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକର ବିଭିନ୍ନ ସରପଞ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳିତ ଏହି ଜାତୀୟ ପଞ୍ଚାଯତରାଜ ଦିବସ ପାଳନକୁ ବିରୋଧ କରି ବ୍ଳକର ବିଭିନ୍ନ ପଞ୍ଚାୟତରେ ତାଲା ପକାଇଥିବା ଦେଖ‌ିବାକୁ ମିଳିଛି । ଏ ପଡିଆ ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ ସରପଞ୍ଚ ଏକାଠି ହୋଇ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବ୍ୟବସ୍ଥାରେ ସରପଞ୍ଚଙ୍କ କ୍ଷମତାକୁ ତାକୁ ନ୍ୟୁନ କରିବାକୁ ଚେଷ୍ଟା କରାଯିବା ସହ ଗ୍ରାମସଭାର ପ୍ରାଧାନ୍ୟତା କମାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆ ଆଣିଥିଲେ । ମାର୍ଚ ୨୫ ତାରିଖରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ପୂର୍ବ ଗାଇଡ୍‌ଲାଇନକୁ ସଂଶୋଧନ କରି ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ପ୍ରକଳ୍ପ ଅନୁମୋଦନ ବେଳେ ଆବଶ୍ୟକ‌ତାକୁ ଦୃଷ୍ଟିରେ ରଖ୍ ଜିଲ୍ଲପାଳ ପ୍ରକଳ୍ପ ଯୋଡ଼ିବା ଓ ବିଧାୟକଙ୍କ ସୁପାରିସ କୁ ଗ୍ରହଣ କରିବା ପାଇଁ ଉଲ୍ଲେଖ କରାଯାଇଛି। ଗ୍ରାମସଭାରେ ପାରିତ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ସ୍ଥଳରେ ବିଧାୟକ ମାନେ ସୁପାରିସ୍ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷ୍ୟରୁ ଏହି ସଂଶୋଧୂତ ଗାଇଡ୍ ଲାଇନ୍‌ରେ ରହିଥ‌ିବାରୁ ପଡିଆ ବ୍ଲକର ସମସ୍ତ ସରପଞ୍ଚ ରାଜ୍ୟ ସରକାରଙ୍କ ଜାତୀୟ ପଞ୍ଚାୟତରାଜ ଦିବସ ପାଳନକୁ ବିରୋଧ କରି ବ୍ଲକ୍‌ସ୍ତରରେ ଆୟୋଜିତ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିବା କହିଛନ୍ତି । ଏଥିସହ ରାଜ୍ୟ ସରକାର ତୁରନ୍ତ ଏହି ଗାଇଡ୍ ଲାଇନ ସଂଶୋଧନ କରି ପଞ୍ଚାୟତରେ ସରପଞ୍ଚ ଓ ତ୍ରିସ୍ତରୀୟ ଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧୂମାନଙ୍କ କ୍ଷମତାକୁ ଅପୂର୍ଣ ରଖୁବାକୁ ଦାବି କରାଯାଇଛି | ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦିଆଯାଇଛି। ଏଥିପାଇଁ ଆଜି ପଡ଼ିଆ ସରପଞ୍ଚ ଗଙ୍ଗା କାରାମ, ମାଟେରୁ ସରପଞ୍ଚ ଲକ୍ଷ୍ମଣ ମାଡକାମୀ, ଉଣ୍ଡୁରୁକୋଣ୍ଡା ସରପଞ୍ଚ କାନନ ବେକ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ନିଜ ନିଜ ପଞ୍ଚାୟତକୁ ମଧ୍ୟ ତାଲା ପକାଇଥିବା ଜଣାପଡିଛି।

ଜାତୀୟ ପଞ୍ଚୟତ ଦିବସକୁ ବିରୋଧ କଲେ ପଡ଼ିଆ ବ୍ଳକ୍ ସରପଞ୍ଚ ସଙ୍ଘ।