*ବୌଦ୍ଧରେ ବୈଧ ମାପ ବିଜ୍ଞାନ କାର୍ଯ୍ୟଳୟ ଶୁଭ ଉଦଘାଟନ* *ଓ ରାସନ କାର୍ଡ ବଣ୍ଟନ*

*ବୌଦ୍ଧରେ ବୈଧ ମାପ ବିଜ୍ଞାନ କାର୍ଯ୍ୟଳୟ ଶୁଭ ଉଦଘାଟନ* *ଓ ରାସନ କାର୍ଡ ବଣ୍ଟନ*

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କର କମଳର

ବୌଦ୍ଧ:୦୭/୫ ଓଡ଼ିଶା ସରକାର ଙ୍କ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ବୌଦ୍ଧ ଗସ୍ତରେ ଆସି ଦିନ ପ୍ରାୟ ସାଢ଼େ ବାରଟା ସମୟରେ ବୌଦ୍ଧରେ ପହଞ୍ଚିଥିଲେ l ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ଜିଲ୍ଲା ବୈଧ ମାପ ବିଜ୍ଞାନ କାର୍ଯ୍ୟଳୟ ମାନନୀୟ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ କରକମଳରେ ଶୁଭ ଉଦ୍ଘାଟିତ ହୋଇଥିଲା l ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାଏକ, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ୍ ଗୋୟଲ୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଭୋଇ , ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ପ୍ରମୁଖ ଏହି ଉଦ୍ଘାଟନ ସମୟରେ ଉପସ୍ଥିତ ଥିଲେ ଲ

ପରେ ମାନ୍ୟବର ମନ୍ତ୍ରୀ ମହୋଦୟ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ନୂତନ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ବଣ୍ଟନ କରିଥିଲେ l ଏହା ବାଦ୍ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜିଲ୍ଲାରେ ଧାନ ସଂଗ୍ରହ, ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ ସମ୍ବନ୍ଧୀୟ ବିଷୟ ଗୁଡ଼ିକ ଉପରେ ସମୀକ୍ଷା କରିଥିଲେ l ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ, କନ୍ଧମାଳ ସାଂସଦ ପ୍ରତିନିଧି ଶ୍ରୀ ଯୁଗଳ କିଶୋର ସାମଲଙ୍କ ସହିତ ଅନ୍ୟ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l