ବୌଦ୍ଧ ଜିଲ୍ଲା ମାରୱାଡି ମହିଳା ସମିତି ପକ୍ଷରୁ ମାତୃ ଦିବସ ଓ ସମ୍ମର କ୍ୟାମ୍ପ ଉଦଯାପନୀ ଦିବସ ପାଳିତ ।

ବୌଦ୍ଧ ଜିଲ୍ଲା ମାରୱାଡି ମହିଳା ସମିତି ପକ୍ଷରୁ ମାତୃ ଦିବସ ଓ  ସମ୍ମର କ୍ୟାମ୍ପ ଉଦଯାପନୀ ଦିବସ ପାଳିତ ।

ବୌଦ୍ଧ:୧୦/୫(ରବିନ୍ଦ୍ର ପଟ୍ଟନାୟକ) ଆଜି ବୌଦ୍ଧ ଜିଲ୍ଲା ମାରୱାଡି ମହିଳା ସମିତି ପକ୍ଷରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ମାରୱାଡି ମହିଳା ସମିତି ର ସଭାପତି ପ୍ରେମଲତା ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ୮ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସମ୍ମର କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏହି କ୍ୟାମ୍ପ ରେ ୧୪ ବର୍ଷ ପର୍ଯ୍ୟନ୍ତ କୁନି କୁନି ଛାତ୍ରଛାତ୍ରୀ ମାନେ ଯୋଗଦେଇ ମନ୍ତ୍ର ଉଚ୍ଚାରଣ, ଯୋଗାସନ,ଆର୍ଟ,ରଙ୍ଗୋଲି, ମଣ୍ଡଳ ଆର୍ଟ ଭଳି ବିଭିନ୍ନ କାର୍ଯ୍ୟକଳାପ ରେ ଭାଗ ନେଇଥିଲେ । ତତ୍ସହିତ ଆଜି ବିଶ୍ୱ ମାତୃ ଦିବସ ଅବସରରେ ମା ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ ମଧ୍ୟ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ମାରୱାଡି ମହିଳା ସମିତି ର ସମ୍ପାଦିକା ଚଞ୍ଚଲ ଅଗ୍ରୱାଲ, କୋଷାଧ୍ୟକ୍ଷ ମମତା ଅଗ୍ରୱାଲ, ପୁନମ ଅଗ୍ରୱାଲ, ବବିତା ଅଗ୍ରୱାଲ, ଜ୍ୟୋତି ଅଗ୍ରୱାଲ, ସୀମା ଅଗ୍ରୱାଲ, ଲଳିତା ଅଗ୍ରୱାଲ ଙ୍କ ସମେତ ମହିଳା ସମିତିର ସମସ୍ତ ସଦସ୍ୟ। ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।