ମାଟିଆପଡ଼ା ଉଚ୍ଚ ବିଦ୍ୟାଳୟରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ:

ମାଟିଆପଡ଼ା ଉଚ୍ଚ ବିଦ୍ୟାଳୟରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ:

ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୁରୁତ୍ୱ ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମାଟିଆପଡ଼ାର ଇକୋ କ୍ଲବ ତରଫରୁ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି ଅବସରରେ ପ୍ରଧାନ ଶିକ୍ଷକ ମନୋଜ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଗାହାଣ, ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅକ୍ଷୟ କୁମାର ସାହୁ ଯୋଗ ଦେଇ ବୃକ୍ଷରୋପଣର ଆବଶ୍ୟକତା ସହିତ ଯତ୍ନର ସହିତ ଗଛଟିଏ ବଢ଼ାଇବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ସାହୁ, ଇକୋ କ୍ଲବ ଶିକ୍ଷୟିତ୍ରୀ ଶୁଭଶ୍ରୀ ପରିଡ଼ା ଏହି କାର୍ଯ୍ୟକ୍ରମର ବିଦ୍ୟାଳୟ ସ୍ତରରେ ଆବଶ୍ୟକତା ଉପରେ ମତାମତ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଚାରାଗଛ ପ୍ରଦାନ କରାଯିବା ସହିତ ସେମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିନ୍ଦୁରେଖା ନାୟକ, ସ୍ୱପ୍ନେଶ୍ୱର ଆଚାର୍ଯ୍ୟ, ଶୁଭଶ୍ରୀ ମହାନ୍ତି, ଦୀପ୍ତିମୟୀ ସାମଲ, ତପନ ବେହେରା, ବିନୋଦ କୁମାର ଦାସ, ଚନ୍ଦ୍ରଭାନୁ ସାହୁ, ରଞ୍ଜିତ ସାହୁ, ବିଶ୍ୱଜିତ ସାହୁ, ଶିବାଶିଷ ପତ୍ରୀ, ମାଧୁରୀ ଭୂଏ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ପୁଷ୍ପଲତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। 

 ଗଦାଧର ଦାଶ ଙ୍କ ରିପୋର୍ଟ ବିଶେଷ ଖବର ପଟ୍ଟାମୁଣ୍ଡାଇ ବ୍ଲକ୍ ପ୍ରତିନିଧି