ମାଥିଲି:ଦଶମ ପରୀକ୍ଷାରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ସଫଳତା।

ମାଥିଲି:ଦଶମ ପରୀକ୍ଷାରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ସଫଳତା। ମାଲକାନଗିର ମାଥିଲି,୦୮,୦୫ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଏନେଇ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାଥିଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ମଙ୍ଗଳ ଓ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ମାଥିଲି ବ୍ଲକରେ ୯ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ମାଥିଲି ବ୍ଲକର ହାତୀରାମ ଗୁରୁ ବିଦ୍ୟାମନ୍ଦିର ପାଙ୍ଗମର ଶ୍ରବଣ ବାଧିତ ଛାତ୍ର ବୁଦ୍ରା ପୂଜାରୀ, ସାବେରୀ ବିଦ୍ୟା ପୀଠ କିଆଙ୍ଗର ସିକିଲସେଲ ପୀଡିତ ଛାତ୍ର ପବିତ୍ର ଜାଲାରି, ନାୟକଗୁଡ଼ା ଉଚ୍ଚ ବିଦ୍ୟାଳୟର ସ୍ୱଳ୍ପ ଦୃଷ୍ଟି ବାଧିତ ଛାତ୍ରୀ ରତ୍ନା ପଟି ଓ ସିକିଲ ସେଲ ପୀଡିତ ଛାତ୍ର ଅମର ସିଂରେଡି, ବାପୁଜୀ ହାଇସ୍କୁଲ ର ଚଳନ ବାଧିତ ଛାତ୍ର ରାଜେଶ ପ୍ରଧାନ ଓ ଶିକିଲସେଲ ପୀଡିତ ବାଲରାଜୁ ସୁକ୍ରୀ, କଳିଆଗୁଡ଼ା ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ର ଚଳନ ଶକ୍ତି ରହିତ ମହେଶ ଗୁରୁତେଲି ଓ ମହେଶ କାଣ୍ଡିକି, ଏବଂ ମହୁପଦର ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ମାମଲି ପୂଜାରୀ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ୩୯୭ ନମ୍ବର ରଖି ରାଜେଶ ପ୍ରଧାନ ଓ ୩୫୦ ନମ୍ବର ରଖି ରତ୍ନା ପଟି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସମସ୍ତେ ଆଗକୁ ପାଠ ପଢା ଜାରିରଖିବେ ବୋଲି କହିଛନ୍ତି। ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ଚଳିତ ବର୍ଷର ସମସ୍ତ ପ୍ରକାର ବିଦ୍ୟାର୍ଥୀ ବୃତ୍ତି ପ୍ରଦାନ କରାଯାଇଛି ବୋଲି ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଛତିଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ଆଗାମୀ ଦିନରେ ଉଦ୍ୟମ ଜାରି ରହିବ। ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର

ମାଥିଲି:ଦଶମ ପରୀକ୍ଷାରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ସଫଳତା।