ଦେଶର ସେନା ବାହିନୀଙ୍କ ମନ ବଳ ବଢ଼େଇବା ପାଇଁ ମାଥିଲି ରେ ୧୫ ମିନିଟ ପାଇଁ ବ୍ଲାକ ଆଉଟ।

ଦେଶର ସେନା ବାହିନୀଙ୍କ ମନ ବଳ ବଢ଼େଇବା ପାଇଁ ମାଥିଲି ରେ ୧୫ ମିନିଟ ପାଇଁ ବ୍ଲାକ ଆଉଟ। ମାଲକାନଗିରି ମାଥିଲି,୦୯,୦୫ ଗତମାସ ୨୨ ତାରିଖରେ ପହଲଗାମ ଠାରେ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ ରେ ୨୬ଜଣ ହିନ୍ଦୁ ପର୍ଯ୍ୟଟନ ମାନଙ୍କୁ ନୃଶଂସ ଭାବରେ ହତ୍ୟା କରିବା ସାରା ଦେଶରେ ପ୍ରତିବାଦର ସ୍ୱର ଉଠିଥିଲା।ତାହାର ଜବାବରେ ଭାରତ ସରକାରଙ୍କ ପକ୍ଷରୁ ମାତ୍ର ୧୪ ଦିନ ଭିତରେ ଅପରେସନ "ସିନ୍ଦୂର’।ଆତଙ୍କବାଦୀ ତିଆରି କରୁଥିବା ପାକିସ୍ତାନ ଭିତରେ ଆତଙ୍କବାଦୀ ଙ୍କ ୯ ଠିକଣା ଉପରେ ମିଜାଇଲ ମାଡରେ ଧ୍ବଂସ କରିବାରେ ସଫଳ ହୋଇଛି ଅପରେସନ "ସିନ୍ଦୂର'।ଭାରତ ର ମିଜାଇଲ ମାଡରେ ଯାହା ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ୧୫୦ ଆତଙ୍କୀ ନିପାତ ହୋଇଥିବା ଖବର ମିଳିଛି।ଜାତୀୟ ଗଣମାଧ୍ୟମରେ ସୂଚନା ଅନୁଯାୟୀ କୋଟ୍‌ଲିରେ ୧୦୦ , ବାହୱଲପୁରରେ ୪୦ ଆତଙ୍କୀ ମୃତ।ମୁରିଡକେରେ ୧୯ ଓ ଲିପାରେ ୧୨ ଆତଙ୍କୀ ସଫା କରିବାରେ ସଫଳ ହୋଇଛି ଭାରତୀୟ ଯବାନ।ଏହି ଖୁସି ରେ ଭାରତୀୟ ଯବାନ ମାନଙ୍କୁ ମନ ବଳ ବଢ଼େଇବା ପାଇଁ ମାଲକାନଗିରି ଜିଲ୍ଲା ମାଥିଲି ବଣିକ ସଙ୍ଘ ପକ୍ଷରୁ ଆଜି ସନ୍ଧ୍ୟା ୭ଟା ଠାରୁ ୭.୧୫ ମିନିଟ ପର୍ଯ୍ୟନ୍ତ ୧୫ ମିନିଟ ପର୍ଯ୍ୟନ୍ତ 'ବ୍ଲାକ ଆଉଟ" କରାଯାଇଥିଲା।ବଣିକ ସଂଘର ସଭାପତି ଶ୍ରୀକାନ୍ତ ଚୌଧୁରୀଙ୍କ ନେତୃତ୍ୱରେ ଆଜି ଦିନରେ ମାଥିଲି ଅଞ୍ଚଳରେ ଡ଼ାକବାଜି ଦ୍ୱାରା ପ୍ରଚାର କରାଯାଇଥିଲା।ସନ୍ଧ୍ୟା ୭ ଟା ସମୟରେ ମାଥିଲି ଗାନ୍ଧୀ ଛକ ଠାରେ ସଦର ପଞ୍ଚାୟତ ସରପଞ୍ଚ କାନାମ ରାଜୁ ନାୟକ,ମାଥିଲି ଜିଲ୍ଲା ପରିଷଦ ଜୋନ-୩ ସଭ୍ୟା ସସ୍ମିତା ମାଝୀ, ମାଥିଲି ପଞ୍ଚାୟତ ସମିତି ସଭ୍ୟ ବାଲରାଜୁ କୋପେ, କୁନାଲ ମିଶ୍ର,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା,ଯୁବକ ସଂଘର ସଭାପତି ମଣି କୁମାର,ଆଇନଜୀବୀ ସରୋଜ କୁମାର ସାହୁ, ବି,ନୌକା ରାଜୁ,ମୁନ୍ନା ପରିଛା,ଏମ୍,ବାଲ ରାଜୁ,ରବି କୁମାର,ପବିତ୍ର ପାଣ୍ଡେ ଏକତ୍ରିତ ଦୀର୍ଘ ୧୫ ମିନିଟ ଧରି 'ବ୍ଲାକ ଆଉଟ" ପରେ ଆତସବାଜି ଫୁଟାଇ ପାକିସ୍ତାନ ମୁରଦାବାଦ ନାରା ଦେବା ସହ ହିନ୍ଦୁସ୍ଥାନ ଜିନ୍ଦାବାଦର ନାରା ଦେଇଥିଲେ।ଏହି "ବ୍ଲାକ ଆଉଟ' କୁ ମାଥିଲି ଅଞ୍ଚଳରେ ଘରେ ଘରେ ସମର୍ଥନ ଜଣାଇ ନିଜର ବିଜୁଳି ଲାଇଟ ବନ୍ଦ କରି ଭାରତୀୟ ସେନା ବାହିନୀ ଙ୍କ ମନ ବଳ ବଢାଇ ଥିଲେ। ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର

ଦେଶର ସେନା ବାହିନୀଙ୍କ ମନ ବଳ ବଢ଼େଇବା ପାଇଁ ମାଥିଲି ରେ ୧୫ ମିନିଟ ପାଇଁ ବ୍ଲାକ ଆଉଟ।