ମାଥିଲି ଲ୍ୟାମ୍ପସ୍ ଅଧୀନ ବିଭିନ୍ନ କେନ୍ଦ୍ରରେ ସାର ବଣ୍ଟନ ଆରମ୍ଭ, ଚାଷୀଙ୍କ ମଧ୍ୟରେ ଖୁସିର ମାହୋଲ.

ମାଥିଲି ଲ୍ୟାମ୍ପସ୍ ଅଧୀନ ବିଭିନ୍ନ କେନ୍ଦ୍ରରେ ସାର ବଣ୍ଟନ ଆରମ୍ଭ, ଚାଷୀଙ୍କ ମଧ୍ୟରେ ଖୁସିର ମାହୋଲ.

ମାଥିଲି ଲ୍ୟାମ୍ପସ୍ ଅଧୀନ ବିଭିନ୍ନ କେନ୍ଦ୍ରରେ ସାର ବଣ୍ଟନ ଆରମ୍ଭ, ଚାଷୀଙ୍କ ମଧ୍ୟରେ ଖୁସିର ମାହୋଲ । ମାଥିଲି, (ଶିବପ୍ରସାଦ ପରିଛା ବିଶେଷ ଖବର ), ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଖରିଫ ଚାଷ ଋତୁକୁ ଦୃଷ୍ଟିରେ ରଖି ଚଳିତ ମାସ ଜୁନ ୨୦ ତାରିଖ ମାଥିଲି ଲ୍ୟାମ୍ପସ୍ ପକ୍ଷରୁ ବିଭିନ୍ନ ସାର ବଣ୍ଟନ କେନ୍ଦ୍ରରେ ଚାଷୀମାନଙ୍କ ପାଇଁ ରାସାୟନିକ ସାର ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି। ଚାଷୀମାନଙ୍କୁ ସମୟମତେ ସାର ଯୋଗାଇ ଦେବା ପାଇଁ ଲ୍ୟାମ୍ପସ୍ କର୍ତ୍ତୃପକ୍ଷ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାର ଦେଖାଯାଇଛି। ବର୍ତ୍ତମାନ ୟୁରିଆ, ଡିଏପି, ଗ୍ରୋମର ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାର ବିଭିନ୍ନ କେନ୍ଦ୍ରରେ ମହଜୁଦ ରହିଥିବା ସୂଚନା ମିଳିଛି। ସାର ସଂଗ୍ରହ ପାଇଁ ସକାଳୁ ସକାଳୁ ଚାଷୀମାନେ କେନ୍ଦ୍ରଗୁଡ଼ିକରେ ପହଞ୍ଚୁଥିବା ବେଳେ ସୁଶୃଙ୍ଖଳ ଭାବରେ ବଣ୍ଟନ ବ୍ୟବସ୍ଥା କରାଯାଇଛି।ଚାଷୀମାନଙ୍କ ସୁବିଧା ଓ କୌଣସି ପ୍ରକାର ଅବ୍ୟବସ୍ଥା ନ ହେବା ପାଇଁ ଲ୍ୟାମ୍ପସ୍ କର୍ମଚାରୀମାନେ ସଜାଗ ରହିଛନ୍ତି। ମାଥିଲି ଲ୍ୟାମ୍ପସ୍ ଅଧୀନରେ ସାଲିମ, ମାଥିଲି ଓ ଭେଜାଗୁଡ଼ା ଠାରେ ସାର କେନ୍ଦ୍ର ମାଧ୍ୟମରେ ସାର ବଣ୍ଟନ କରାଯାଉଛି। ସାଲିମ ସାର କେନ୍ଦ୍ରରୁ କମାରପାଲ୍ଲୀ, ମହୁପଦର, ଟେମୁରୁପାଲି, ସାଲିମ କିଆଙ୍ଗ ଓ କର୍ତ୍ତନପାଲି ଅଞ୍ଚଳର ଚାଷୀମାନେ ସାର ପାଇପାରିବେ। ମାଥିଲି ସାର କେନ୍ଦ୍ରରୁ ପାଙ୍ଗମ, ଉଦିଲିବେଡ଼ା, ଦଳପତିଗୁଡ଼ା, ଚେଡେଙ୍ଗା, ଚଉଳମେନ୍ଦି, ଅମ୍ବାଗୁଡ଼ା, କୁଟୁଣିପାଲ୍ଲୀ ଓ ଧୁଙ୍ଗିଆପୁଟ ଅଞ୍ଚଳର ଚାଷୀମାନେ ସାର ନେଇପାରିବେ। ସେହିପରି ଭେଜାଗୁଡ଼ା ସାର କେନ୍ଦ୍ରରୁ ନାୟକଗୁଡ଼ା, ଭଣ୍ଡାରୀପାଙ୍ଗମ, କତାପାଲି, ମେକା ଓ ଭେଜାଗୁଡ଼ା ଅଞ୍ଚଳର ଚାଷୀମାନେ ସାର ସଂଗ୍ରହ କରିପାରିବେ। ସ୍ଥାନୀୟ ଚାଷୀମାନଙ୍କ କହିବା ଅନୁଯାୟୀ, ଚାଷ ସମୟରେ ସାର ଅଭାବ ଏକ ବଡ଼ ସମସ୍ୟା ହୋଇଥାଏ। ତେବେ ଚଳିତ ବର୍ଷ ଆରମ୍ଭରୁ ସାର ଉପଲବ୍ଧ ହେବା ଫଳରେ ସେମାନେ ସମୟମତେ ଚାଷ କାର୍ଯ୍ୟ ସମ୍ପନ୍ନ କରିପାରିବେ ବୋଲି ଖୁସି ବ୍ୟକ୍ତ କରିଛନ୍ତି। ଲ୍ୟାମ୍ପସ୍ କର୍ତ୍ତୃପକ୍ଷ ମଧ୍ୟ ଚାଷୀମାନଙ୍କ ଚାହିଦା ଅନୁସାରେ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦେବାକୁ ପ୍ରୟାସ ଜାରି ରଖିଥିବା କହିଛନ୍ତି। ଏହି ସାର ବଣ୍ଟନ କାର୍ଯ୍ୟକ୍ରମ ଫଳରେ ମାଥିଲି ଅଞ୍ଚଳର ଶହ ଶହ ଚାଷୀ ଉପକୃତ ହେବା ସହ ଚଳିତ ଖରିଫ ଋତୁରେ କୃଷି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସରକାରୀ ନିର୍ଦ୍ଧାରିତ ଦରରେ ସାର ଯୋଗାଇ ଦେବା ସହ କଳାବଜାରୀକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ନଜର ରଖାଯାଉଛି।ଚାଷୀଙ୍କ ସୁବିଧା ଓ ସମୟମତେ ସାର ଯୋଗାଣ ହିଁ ଆମର ପ୍ରାଥମିକତା ବୋଲି ଲ୍ୟାମ୍ପସ୍ ପକ୍ଷରୁ କୁହାଯାଇଛି।