ମାଲକାନଗିରି ବିଜେଡିରେ କଂଗ୍ରେସର ବହୁ ନେତା ଓ କର୍ମୀଙ୍କ ଯୋଗଦାନ

ମାଲକାନଗିରି ବିଜେଡିରେ କଂଗ୍ରେସର ବହୁ ନେତା ଓ କର୍ମୀଙ୍କ ଯୋଗଦାନ

ମାଲକାନଗିରି ବିଜେଡିରେ କଂଗ୍ରେସର ବହୁ ନେତା ଓ କର୍ମୀଙ୍କ ଯୋ

 ମାଲକାନଗିରି ଜିଲ୍ଲାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ମାଲକାନଗିରି ସହରର ଲାଠିଆଗୁଡାସ୍ଥିତ ବିଜେଡି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର କିଛି ନେତା ଓ ବହୁ କର୍ମୀ ଦଳ ଛାଡ଼ି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଥିବା ଦଳ ପକ୍ଷରୁ କୁହାଯାଇଛି।

ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ଉପସ୍ଥିତିରେ ନୂତନ ଭାବେ ଯୋଗଦେଇଥିବା ନେତା ଓ କର୍ମୀମାନଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା। କଂଗ୍ରେସର ନୀତି ଓ କାର୍ଯ୍ୟଧାରାରୁ ଅଲଗା ହୋଇ ବିଜେଡିର ନୀତି, ଆଦର୍ଶ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକାଶ କରି ସେମାନେ ଦଳରେ ଯୋଗଦେଇଥିବା ବିଜେଡି ପକ୍ଷରୁ ପ୍ରକାଶ କରାଯାଇଛି।

ଏହି ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲା କଂଗ୍ରେସର ଅନୁସୂଚିତ ଜାତି ବିଭାଗ (SC Cell) ସଭାପତି ତଥା ନାଟ୍ୟଗୁରୁ, କବି, ଲେଖକ, ଗବେଷକ ଓ ସମାଜସେବୀ ଧନୁଜୟ ହନ୍ତାଳ, କଂଗ୍ରେସର ସକ୍ରିୟ ନେତା ତଥା ସମାଜସେବୀ ବୁଜୁରାମ ସୀସା, ମହିମା ଭକ୍ତ, ଚନ୍ଦ୍ର ପାଙ୍ଗି, ଉଗ୍ର ଖିଲ, ଜିଲ୍ଲା କୁମ୍ଭାର ସମାଜର ଉପସଭାପତି ତଥା କଂଗ୍ରେସର ସକ୍ରିୟ ନେତା ମୋହନ ଗୋଲାରୀଙ୍କ ସମେତ ଅନ୍ୟାନ୍ୟ କର୍ମୀ ବିଜେଡିରେ ଯୋଗଦେଇଥିବା ଜଣାପଡ଼ିଛି।

ଦଳରେ ନୂତନ ସଦସ୍ୟଙ୍କ ଯୋଗଦାନ ଦ୍ୱାରା ଜିଲ୍ଲାରେ ସଂଗଠନ ଆହୁରି ମଜବୁତ ହେବ ବୋଲି ଉପସ୍ଥିତ ବିଜେଡି ନେତାମାନେ ଆଶା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଦଳକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା ସହ ଲୋକଙ୍କ ସହ ଯୋଡ଼ି ହୋଇ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ରାଜେନ୍ଦ୍ର ଖସଲା, ଜିଲ୍ଲା ବିଜେଡି ସମ୍ପାଦକ ଏମ୍‌.ଡି. ଫାରୁଖ୍, ବିକାଶ ମଣ୍ଡଳ, ସଦାନନ୍ଦ ଖରା, କେ. ରାହୁଲ, ପଡ଼ିଆ ବ୍ଲକ୍ ଅଧ୍ୟକ୍ଷା ଦେବେ ମାଡ଼ି, କରୁକୋଣ୍ଡା ବ୍ଲକ୍ ସଭାପତି ତ୍ରିଲୋଚନ ଚୌଧୁରୀ, ମାଲକାନଗିରି ବ୍ଲକ୍ ସଭାପତି ସର୍ବ କୁମାର ବିଶୋଇ, ପଡ଼ିଆ ବ୍ଲକ୍ ସଭାପତି ମେସାକ୍ ମାଦ୍ରୀ, ବରିଷ୍ଠ ବିଜେଡି ନେତା ମାଧବ ସାବତଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)