ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ଲକ୍ ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ  I

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ଲକ୍ ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ  I

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ଲକ୍ ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ  I

ନୟାଗଡ଼  ୩/୬ ( ଅଶୋକ କୁମାର ସାଥୁଆ )ନୟାଗଡ ବ୍ଲକ୍ ଅଧ୍ୟକ୍ଷ ନିକଟରେ ବିଜେଡିରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେବାପରେ ବିଜେପିରେ ଯୋଗ ଦେଇଛନ୍ତି l ବିଜେପି ରେ ଯୋଗଦାନ ପରେ ନୟାଗଡ଼ ବ୍ଲକ୍‌ର ବିକାଶ ନିମନ୍ତେ  ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହ‌ନ ଚରଣ ମାଝୀଙ୍କ ସହ ସାକ୍ଷାତ କରିଛନ୍ତି ବ୍ଲକ ଅଧ୍ୟକ୍ଷ l ତାଙ୍କ  ସହିତ ପୂର୍ବତନ କନ୍ଦ୍ରମାଳ ସାଂସଦ ତଥା ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହ ମଧ୍ଯ ଉପସ୍ଥିତ ଥିଲେ  l ନୟାଗଡ଼ ଅଞ୍ଚଳର ବିକାଶ, ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଥିଲେ  l ନୟାଗଡ଼ର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଥିଲେ l ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ନୟାଗଡ଼ ବ୍ଲକ୍‌କୁ କିପରି ଆଗେଇ ନେବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା l