ମୁମୁର୍ଷୁ ଅବସ୍ଥାରେ ଯୁବକ ଉଦ୍ଧାର  .

ମୁମୁର୍ଷୁ ଅବସ୍ଥାରେ ଯୁବକ ଉଦ୍ଧାର  .

ମୁମୁର୍ଷୁ ଅବସ୍ଥାରେ ଯୁବକ ଉଦ୍ଧାର  .

     ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଏବଂ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରାଙ୍କ ମିଳିତ ଉଦ୍ୟମରେ କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଲଗ୍ନ ଏବଂ ମୁମୁର୍ଷୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟର ଭେଶଳ ବିଭାଗରେ ଭର୍ତି କରାଯାଇଛି । ପ୍ରକାଶ ଥାଉକି ଜିଲ୍ଲା ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣାଙ୍କ ଗାଡି ଡ୍ରାଇଭର ସୁଶାନ୍ତ କୁମାର ପଟ୍ଟନାୟକ ( ସିତୁ) ଏବଂ ରେଡକ୍ରସର ସଦସ୍ୟ ବିଭୂତି ପଟ୍ଟନାୟକ ଓ ତାଙ୍କ ସହଯୋଗ ଉଲଗ୍ନ ଏବଂ ମୁମୁର୍ଷୁ ଅବସ୍ଥାରେ ଯୁବକ ଜଣକ ପଡିଥିବାର ଦେଖି ରାତ୍ର ୮ ଟା ୩୦ ମିନିଟ୍ ସମୟରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ସଚିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଅଧିକାର ମିତ୍ର ଏବଂ କର୍ମଚାରୀଦ୍ବୟଙ୍କୁ ଦାୟିତ୍ଵ ଦେଇଥିଲେ । ତାପରେ ଉଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଶଳ ବିଭାଗରେ ଭର୍ତି କରଯାଇଥିଲା । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । 
       ନୟାଗଡ଼ ରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର । 

ନୟାଗଡ଼,( ଅଶୋକ କୁମାର ସାଥୁଆ )