ଯାତ୍ରୀବିଶ୍ରାମ ଗୃହ ପାଲଟିଛି ଗୋରୁ ଗୁହାଳ ।

ଯାତ୍ରୀବିଶ୍ରାମ ଗୃହ ପାଲଟିଛି ଗୋରୁ ଗୁହାଳ ।

ଯାତ୍ରୀବିଶ୍ରାମ ଗୃହ ପାଲଟିଛି ଗୋରୁ ଗୁହାଳ ।

ମାଲକାନଗିରି ଜିଲ୍ଲା ଖଇରପୁଟ ସଦର ମହକୁମା ଠାରେ ଥିବା ଯାତ୍ରୀ ବିଶ୍ରାମ ଗୃହ ପାଲଟିଛି ଗୋରୁ ଗୁହାଳ। ରାତି ହେଲେ ଯାତ୍ରୀ ବିଶ୍ରାମ ଗୃହ ସ୍ଥାନରେ ମାଳମାଳ ଗାଇଗୋରୁ ଜମା ହୁଅନ୍ତି  ସକାଳ ହେଲେ ଯାତ୍ରୀ ବିଶ୍ରାମ ଗୃହରେ ଗୋବର,ମୁତ ଭର୍ତି ହୋଇଯାଏ ଯାହା ଫଳରେ ବସ କୁ ଅପେକ୍ଷାରେ ଥିବା ଏବଂ ବିଶ୍ରାମ ନେବା ପାଇଁ ଯାତ୍ରୀମାନେ ନାହିଁ ନଥିବ ଅସୁବିଧାର ସଂମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । 
ଖଇରପୁଟ ମେଡିକାଲ ଛକରେ  ପ୍ରତି ଦିନ ଯାତ୍ରୀମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ଏଠାରୁ ବସ ଯୋଗେ ଅନ୍ୟତ୍ରକୁ ଯିବା ସହ ଯାତ୍ରୀମାନେ ବସ ରୁ ଆସି ଏଠାରେ ଓହ୍ଲାଇ ବସକୁ ଅପେକ୍ଷା କରିଥାନ୍ତି କିନ୍ତୁ  ଯାତ୍ରୀ ବିଶ୍ରାମଗୃହଟି ବର୍ତମାନ ଗାଈ ଗୁହାଳରେ ପରିଣତ ହୋଇଛି ଯାହା ଫଳରେ ଯାତ୍ରୀ ବିଶ୍ରାମ ନେବା ପାଇଁ ଯାତ୍ରୀ ଅସୁବିଧା ସଂମ୍ମୁଖୀନ ହେଉଛନ୍ତି। ତେବେ ମୁଖ୍ୟ ରାସ୍ତାରେ ମଧ୍ୟ ସନ୍ଧ୍ୟା ହେଲେ  ମାଳମାଳ ଗାଈଗୋରୁ ରାସ୍ତାରେ ଶୋଇଥିବା  ବେଳେ ଏଠାରେ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବର୍ଷା ହେବା ଫଳରେ ଯାତ୍ରୀ ବିଶ୍ରାମଗୃହଟି ଗୋବରମୁତ ଜମି ରହିଥିବାରୁ ଯାତ୍ରୀମାନେ ବର୍ଷାରେ ଭିଜି ବସକୁ ଅପେକ୍ଷା କରିବା ସହ ଗଛ ତଳେ ତ ଗୋଟିଏ ଦୋକାନରୁ ଅନ୍ୟ ଦୋକାନନକୁ ଦୌଡୁଥିବା ଦେଖିବାକୁ ମିଳିଛି। ଏଥିପ୍ରତି  ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସି ଗୁହାରି କରିଛନ୍ତି।
ମାଲକାନଗିରି ଖାଇରି ପୁଟ ରୁ ଶିବପ୍ରସାଦ ପରିଛା ବିଶେଷ ଖବର