ଯୋଗର ମହତ୍ତ୍ୱ ଓ ଏହାର ବିଶ୍ୱବ୍ୟାପୀ ପ୍ରଭାବକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ  ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଏ।

ଯୋଗର ମହତ୍ତ୍ୱ ଓ ଏହାର ବିଶ୍ୱବ୍ୟାପୀ ପ୍ରଭାବକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ  ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଏ।

 ଯୋଗର ମହତ୍ତ୍ୱ ଓ ଏହାର ବିଶ୍ୱବ୍ୟାପୀ ପ୍ରଭାବକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ  ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଏ।

। ଚଳିତ ଅନ୍ତର୍ଜାତୀୟ ଯୋଗ ଦିବସର ଅନୁଚିନ୍ତା ହେଉଛି “ ଏକ ପୃଥିବୀ , ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ “ ।  ଏହି ଅବସରରେ ଆଜି ସ୍ତାନୀୟ କୋରୋନେସନ୍ ପଡ଼ିଆ,ଫୁଲବାଣୀ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା ।  ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଭିନ୍ନକ୍ଷମ ସଶକ୍ତିକରଣ, ଓଡ଼ିଶା ସରକାର ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ ଯୋଗ ମାଧ୍ୟମରେ ମଣିଷ ମାନସିକ ଚାପ, ଅବସାଦ ଓ ବିଭିନ୍ନ ରୋଗରୁ ମୁକ୍ତି ପାଇଥାଏ । ଏହା ଶରୀରର ନମନୀୟତା ବୃଦ୍ଧି କରିବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଯୋଗର ଉପକାରିତା ଏବଂ ଆବଶ୍ୟକତା ବିଷୟରେ ଅବଗତ ହୋଇ ଏହାକୁ ଜୀବନର ଅଂଶ କରିବା ସହିତ ଏହାର ବ୍ୟାପକ ପ୍ରସାର ପ୍ରସାର କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ ଏବଂ ଯୋଗର ଉପଯୋଗୀତା ବିଷୟରେ ଜାଣି ଏହାକୁ ଏକ ଦୈନନ୍ଦିନ ଅଭ୍ୟାସ ଭାବେ ଗ୍ରହଣ କରିବା ପାଇଁ ଶପଥ ପାଠ କରାଇଥିଲେ । ମାନ୍ୟବର ବିଧାୟକ,ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ ଏବଂ ମାନ୍ୟବର ବିଧାୟକ, ଜି ଉଦୟଗିରି ଶ୍ରୀ ପ୍ରଫୁଲ ଚନ୍ଦ୍ର ପ୍ରଧାନ ମଧ୍ୟ ଯୋଗର ଉପକାରିତା ବିଷୟରେ ଆଲୋଚନା କରିବା ସହିତ ଏହାକୁ ନିତିଦିନିଆ ଜୀବନରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ଯୋଗଗୁରୁ ପ୍ରଶାନ୍ତ କୁମାର ଦାସ ଯୋଗ ଅଭ୍ୟାସ ପରିଚାଳନା କରିଥିଲେ । ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅମ୍ରିତ୍ ଋତୁରାଜ୍ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ),କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । “ଏକ ପେଡ଼୍ ମାଆ କେ ନାମ” କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଏବଂ ମାନ୍ୟବରମାନେ ବୃକ୍ଷରୋପଣ କରିଥିଲେ । 
ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ, କନ୍ଧମାଳ ଶ୍ରୀ ହରିଶ ବି. ସି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲାପରିଷଦ,କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ ଙ୍କ ସମେତ ବିଭିନ୍ନ ଜନପ୍ରତିନିଧି,ସରକାରୀ ଅଧିକାରୀ, କର୍ମକର୍ତ୍ତା,ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଓ ବହୁସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।