ଯୌତୁକ ପାଇଁ ୫ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ଶାଶୂଘର ଲୋକେ ନିର୍ଯତନା ଦେଇ ଜୀବନରେ ମାରିଦେଇଥିବା

ଯୌତୁକ ପାଇଁ ୫ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ଶାଶୂଘର ଲୋକେ ନିର୍ଯତନା ଦେଇ ଜୀବନରେ ମାରିଦେଇଥିବା ନେଇ ମହାକାଳପଡ଼ା ଥାନାରେ ଅଭିଯୋଗ ହୋଇଛି।
ମୃତା ମହିଳାଙ୍କ ପିତା ବରକନ୍ଧା ପଞ୍ଚାୟତ ତେନ୍ତୁଲିକନ୍ଧା ଗ୍ରାମର ଗୟାଧର ପ୍ରଧାନଙ୍କ ଅଭିଯୋଗ ମୁତାବକ ତାଙ୍କ ଝିଅ ନମିତା ଗତ ୨ ବର୍ଷ ତଳେ ବାରଡାଙ୍ଗ ପଞ୍ଚାୟତ ବଡ଼ମଠ ଗ୍ରାମର ତ୍ରିଲୋଚନ ଭୂୟାଁଙ୍କ ପୁଅ ଚଗଲିକୁ ବୈଦିକମତେ ବିବାହ କରିଥିଲେ। ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ଯୌତୁକ ଦେଇଥିଲେ, କିନ୍ତୁ ଶାଶୂଘର ଲୋକେ ନମିତାକୁ ବିଭିନ୍ନ ସମୟରେ ଟଙ୍କା ଦାବି କରି ମାରଧର କରୁଥିଲେ। ଗତ ୨୧ତାରିଖ ସନ୍ଧ୍ୟାରେ ଶାଶୂଘର ଲୋକେ ନମିତାଙ୍କୁ ମାରଧର କରିବା ସହିତ ବାପାଘରୁ ଟଙ୍କା ଆଣିବା ପାଇଁ କହିଥିଲେ ବୋଲି ନମିତା ଟେଲିଫୋନ ଯୋଗେ ନିଜ ମାଆକୁ ଜଣାଇଥିଲେ। ହେଲେ ୨୨ତାରିଖ ସନ୍ଧ୍ୟାରେ ନମିତା ଅସୁସ୍ଥ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛି ବୋଲି ଜ୍ୱାଇଁ ଚଗଲି ଫୋନ କରି ଶ୍ୱଶୁର ଗୟାଧରଙ୍କୁ ଜଣାଇବା ସହିତ ତୁରନ୍ତ ଆସିବାକୁ କହିଥିଲା