ସ୍ୱାସ୍ଥ୍ୟ ଓ ପରିସ୍କାରତା ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସଶକ୍ତ ୟୁଥ କାଉନସିଲ ତରଫରୁ ଫୁଲବାଣୀ ସାହିରେ ଗ୍ରାମ ସଫା କାର୍ଯ୍ୟକ୍ରମ .

ସ୍ୱାସ୍ଥ୍ୟ ଓ ପରିସ୍କାରତା ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସଶକ୍ତ ୟୁଥ କାଉନସିଲ ତରଫରୁ ଫୁଲବାଣୀ ସାହିରେ ଗ୍ରାମ ସଫା କାର୍ଯ୍ୟକ୍ରମ  .


ସମୁଦାୟ ସ୍ୱାସ୍ଥ୍ୟ ଓ ପରିସ୍କାରତା ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସଶକ୍ତ ୟୁଥ କାଉନସିଲ ତରଫରୁ ଫୁଲବାଣୀ ସାହିରେ ଗ୍ରାମ ସଫା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସଶକ୍ତ ୟୁଥ କାଉନସିଲ ର ସଦସ୍ୟମାନେ ଫୁଲବାଣୀ ସାହିରେ ଗ୍ରାମ ସଫା କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଉତ୍ତମ ଦୃଷ୍ଟାନ୍ତ ସ୍ଥାପିତ କରିଛନ୍ତି। ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ସୋନାଲି କହ୍ନର, ଯାଙ୍କ ସହଯୋଗୀ ଥିଲେ ବର୍ଷା ପ୍ରିୟଦର୍ଶିନୀ ମଲିକ, ଇଷ୍ଟର କହ୍ନର, ମୋହିନି କହ୍ନର, ଓ ବୁଦ୍ଧିଆ ବେହେରା ଓ ଅନ୍ୟ କିଶୋରୀ କିଶୋର.

ସେମାନେ ଗ୍ରାମର ମୁଖ୍ୟ ରାସ୍ତା, ଘର ପାଖରେ ଥିବା ଅବ୍ୟବସ୍ଥିତ କଚରା ସ୍ଥଳ ଓ ସାଧାରଣ ସ୍ଥାନଗୁଡ଼ିକୁ ପରିସ୍କାର କରି, ସ୍ୱଚ୍ଛତା ପ୍ରତି ଗ୍ରାମବାସୀଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମ ସମୟରେ ସେମାନେ ପ୍ଲାଷ୍ଟିକ ବ୍ୟବହାର କମେଇବା, ଡଷ୍ଟବିନ୍ ବ୍ୟବହାର କରିବା, ଓ ନିୟମିତ ସଫାସୁଫା କରିବା ଆବଶ୍ୟକତା ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ।

ଏହି ଅଭିଯାନ କେବଳ ଏକ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଗ୍ରାମର ପରିବେଶ ଓ ସାଧାରଣ ସ୍ୱାସ୍ଥ୍ୟ ପାଇଁ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ରେ ଗୃହଣ କରାଯାଇଥିବା ପଦକ୍ଷେପ ଅଟୁଟ ସଙ୍କେତ ଦେଇଛି।

ସେମାନଙ୍କ ମହତ୍ତ୍ୱପୂର୍ଣ୍ଣ ଉଦ୍ୟମ ଦ୍ୱାରା ଗ୍ରାମବାସୀ ମଧ୍ୟରେ ସଚେତନତା ଓ ସହଯୋଗ ବୃଦ୍ଧି ହୋଇଥିଲା, ଯାହା ଭବିଷ୍ୟତରେ ଏହି ପରି ଅଧିକ କାର୍ଯ୍ୟକ୍ରମ ପାଇଁ ଆଧାର ହେବାର ଆଶା ରହିଛି।