ରାଜନଗର ଥାନା ର ଆଇଆଇସି ଙ୍କ କଡ଼ାକଡ଼ି ରାତ୍ରି ପେଟ୍ରୋଲିଂ ପାଇଁ ଅସାମାଜିକ ଯୁବକ ମନରେ କୋକୁଆଭୟ।
କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ଥାନା ମାନଙ୍କ ମଧ୍ୟରେ ରହିଛି ରାଜନଗର ଥାନା, ଯେଉଁଠି ପ୍ରତ୍ୟେକ ଦିନ ଅପରାଧୀ ମାନେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥାନ୍ତି। ମର୍ଡର, ଡକାୟତି, ଚୋରି ଓ ଅସାଧାଚରଣ ଭଳି ଅନେକ କାଣ୍ଡ ଭିଆଇ ଥାନ୍ତି ଏହି ଅପରାଧୀ ମାନେ। ତେଣୁ ଏହି ଥାନାର ଯିଏ ଥାନା ଅଧିକାରୀ ରୂପେ ଦାଇତ୍ୱ ନେଇଥାନ୍ତି ତାଙ୍କ ଉପରେ ସାଧାରଣ ଜନତା ଅନେକ ଭରସା କରିଥାନ୍ତି। ଗତ ୧୮ ତାରିଖରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟେରିଆ ଙ୍କ ନିର୍ଦେଶରେ ରାଜନଗର ଥାନାର ନୂତନ ଥାନା ଅଧିକାରୀ ରତି ରଞ୍ଜନ ନାଏକ ରାଜନଗର ଥାନାର ନୂତନ ଥାନା ଅଧିକାରୀ ରୂପେ ଦାଇତ୍ୱ ନେଇଛନ୍ତି। ପ୍ରତ୍ୟେକ ଦିବା ଓ ରାତ୍ରିରେ ପେଟ୍ରୋଲିଙ୍ଗ ଜାରି ରଖି ଛନ୍ତି।ରାଜନଗର ବଜାର ହେଉ କିମ୍ବା ଆଖପାଖ ପଞ୍ଚାୟତ ରେ ଥିବା ଛକ ମାନଙ୍କ ରେ ଦିନରାତି ପେଟ୍ରୋଲିଂ ଜାରି ରଖି ବାକୁ ପୋଲିସ ବାହିନୀ କୁ ନିର୍ଦ୍ଦେଶ ଦେବା ସହିତ ନିଜେ ମଧ୍ୟ ବହୁ ଅଞ୍ଚଳ କୁ ଯାଉଛନ୍ତି।ଆଜି କାଲି ଚଢ଼ାଉ ଜାରି ରଖିବା ଦ୍ୱାରା ଅସାମାଜିକ ଆଡା ରେ ଅସାମାଜିକ ଯୁବକ ଙ୍କୁ ଦେଖିବାକୁ ମିଳୁନି।
ଆଗରୁ ରାଜନଗର କଲେଜ ପାଖରେ ଅସାମାଜିକ ଯୁବକ ବୁଲୁ ଥିବା ବେଳେ ଏବେ ନୂତନ ଆଇଆଇସି ରତି ରଞ୍ଜନ ନାୟକ ନିଜେ ମଧ୍ୟ ସାଧା ପୋଷାକ ରେ କଲେଜ ପାଖରେ ଘେରା ମାରୁଛନ୍ତି।ନୂତନ ଆଇଆଇସି ଆସିବା ଦ୍ୱାରା ତାଙ୍କ ର କମ୍ ଦିନ କାର୍ଯ୍ୟକ୍ରମ ରେ ରାଜନଗର ଅଞ୍ଚଳ ର ବୁଦ୍ଧିଜୀବୀ ,ସମାଜ ସେବୀ ମାନେ ଖୁସି ବ୍ୟକ୍ତ କରିଛନ୍ତି।ରାଜନଗର ଥାନା କୁ ଆସୁଥିବା ଅଭିଯୋଗ କାରି ଙ୍କ କଥା କୁ ଭଲ କରି ଶୁଣି ସେମାନଙ୍କ ଏଫେୟାର ରଖି ପ୍ରକୃତ ଦୋଷୀ କୁ ଦଣ୍ଡ ଦେଉଛନ୍ତି।ରାଜନଗର ଅଞ୍ଚଳ କୁ ଜଣେ ଭଲ ଆଇଆଇସି ଙ୍କୁ ଏସ ପି ନିଯୁକ୍ତି ଦେଇଥିବାରୁ ରାଜନଗର ଅଞ୍ଚଳ ର ଜନସାଧାରଣ କେନ୍ଦ୍ରାପଡ଼ା ଜିଲ୍ଲା ଏସ ପି ଙ୍କୁ ଧନ୍ୟବାଦ୍ ଦେଇଛନ୍ତି।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
