ଲଗାଣ ବର୍ଷାରେ ମାଥିଲି ବେହାଲ।

ଲଗାଣ ବର୍ଷାରେ ମାଥିଲି ବେହାଲ।

ଲଗାଣ ବର୍ଷାରେ ମାଥିଲି ବେହାଲ।


ମାଥିଲି ୨୪/୦୭ ମାଲକାନଗିରି ଜିଲ୍ଲା ମାଥିଲି ସଦର ମହକୁମାରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ଧନ ଜୀବନ ଅସ୍ତବ୍ୟସ୍ତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ମାଥିଲି ଗ୍ରାମ ମୁଖ୍ୟରାସ୍ତା ୩୨୬ ନଂ ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଲେଖାଏ ପାଣି ଓ ଅନୁଗୁଳିଆ ସାହିରେ ଘର ଭିତରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁ ଦୋକାନ ବଜାର ସୁନସାନ ଲାଗୁଛି।ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଲୋକଙ୍କ କାମ ଥିଲେ ମଧ୍ୟ ବର୍ଷା ଯୋଗୁ ଆସିପାରୁନଥିବା ଓ ଆସିଥିବା ଲୋକମାନେ ଫେରିପାରୁନଥିବା ଦେଖାଦେଇଛି। ମୁଖ୍ୟରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଡ୍ରେନ୍ ଗୁଡିକ ସଫା ନଥିବା ହେତୁ ଏପରି ସମସ୍ୟା ଉପୁଜୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଆଗକୁ ଯଦି ଏପରି ବର୍ଷା ଲାଗିରହେ ତେବେ ଘର ଦ୍ଵାର କ୍ଷତିଗ୍ରସ୍ତ ହେବା ସହିତ ବନ୍ୟା ହେବାର ମଧ୍ୟ ସମ୍ଭାବନା ରହିଛି।

ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର