ଲଙ୍କାପୋଡ଼ି ଯାତ୍ରାରେ ଆହତଙ୍କ ମୃତ୍ୟୁ  .

ଲଙ୍କାପୋଡ଼ି ଯାତ୍ରାରେ ଆହତଙ୍କ ମୃତ୍ୟୁ  .

ଲଙ୍କାପୋଡ଼ି ଯାତ୍ରାରେ ଆହତଙ୍କ ମୃତ୍ୟୁ  .

      ଗତ ଏପ୍ରିଲ୍ ୨୩ ତାରିଖ ଦିନ ଦଶପଲ୍ଲାର ଲଙ୍କପୋଡ଼ି ବା ରାବଣବଧ ପରେ ପୁଷ୍ପକ ବିମାନ ଫେରିବା ବାଟରେ ବିମାନଟି ଭାଙ୍ଗିଯିବାରୁ ଗୁରୁତର ହୋଇଥିଲେ ସ୍ଥାନୀୟ ଅନ୍ଧରକୁଟ ଗ୍ରାମର ବିଜୟ କୁମାର ବେହେରା ( ୩୮) । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ସୋମବାର ଭୋରରୁ ମୃତ୍ୟୁ ଘଟିଛି। ପ୍ରାୟ ୧ ମାସ ଧରି ଭୁବନେଶ୍ୱରରେ ସେ ଚିକିତ୍ସାଧୀନ ଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କିଛିଟା ଉନ୍ନତି ମଧ୍ୟ ଆସିଥିଲା । କିନ୍ତୁ କିଛିତଳେ ସେ ପୁଣି ଗୁରୁତର ହୋଇ ପଡ଼ିଥିଲେ । ରାତି ପାହିଥିଲେ  ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିବାକୁ ପତ୍ନୀ ଅପେକ୍ଷା କରିଥିବା ବେଳେ ଭୋର ପ୍ରାୟ ୩ଟାରେ ତାଙ୍କର ମୃତ୍ୟୁ ଘଟିଛି । ଫଳରେ ପତ୍ନୀଙ୍କ ସାବିତ୍ରୀ ବ୍ରତ ପାଳନ ଅଧୁରା ରହିଯାଇଛି । ଖବର ପ୍ରଚାର ହେବାପରେ ସାରା ଦଶପଲ୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅପରାହ୍ନରେ ଗାଁକୁ ମରଶରୀର ଆସିବା ପରେ ଲଙ୍କାପୋଡି  ଯାତ୍ରା କମିଟି ସମେତ ଦଶପଲ୍ଲାର ବହୁ ବୁଦ୍ଧିଜିବୀ , ଠିକାଦାର, ସାଥୀ, ବନ୍ଧୁ ଓ ପରିଜନ ସେଷଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ବିଶେଷକରି ଦୁର୍ଘଟଣା ପରେ ବିଜୟଙ୍କ ଚିକିତ୍ସା ନିମନ୍ତେ ଲଙ୍କାପୋଡ଼ି ଯାତ୍ରା କମିଟି ପକ୍ଷରୁ ସମସ୍ତ ସୁବିଧା ଓ ସହାୟତା ଯୋଗାଇ ଦିଆଯାଇଥିଲା। ଏପରିକି ଶୁଦ୍ଧିକ୍ରିୟା ନିମନ୍ତେ ସହାୟତା ପ୍ରଦାନ କରାଯିବା ସହ କମିଟି ଓ ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବା ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଥିବା ଯାତ୍ରା କମିଟିର କୋଷାଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର କହିଛନ୍ତି।
       ନୟାଗଡ଼ ରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର।