ଶରକାରି ଶିକୃତି ପ୍ରାପ୍ତ ମଦ ଦକାନ ରେ ଚଢ଼ା ଦରରେ ମଦବିକ୍ରି କୁ ନେଇ ଉତେଜନା .

ଶରକାରି ଶିକୃତି ପ୍ରାପ୍ତ ମଦ ଦକାନ ରେ ଚଢ଼ା ଦରରେ ମଦବିକ୍ରି କୁ ନେଇ ଉତେଜନା .

ଶରକାରି ଶିକୃତି ପ୍ରାପ୍ତ ମଦ ଦକାନ ରେ ଚଢ଼ା ଦରରେ ମଦବିକ୍ରି କୁ ନେଇ ଉତେଜନା

ମାଥିଲି  ୨୧/o୬ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ମହୁକୁମା ଅଞ୍ଚଳରେ ବିଦେଶୀ ମଦ  .ଦୋକାନ ସମ୍ମୁଖରେ ଚଡ଼ା ଦରରେ ମଦ ବିକ୍ରିକୁ ନେଇ ଉତେଜନା ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ବିଦେଶୀ ମଦ ଦୋକାନ କର୍ମଚାରୀମାନେ ଦୁଇ ସ୍ଥାନୀୟ ଯୁବକ – ଶିବ ଭୂମିଆ ଓ ଶ୍ୟାମ ଭୂମିଆଙ୍କୁ ଦୋକାନ ଭିତରେ ପସାଇ ମାରା ପିଟ କରିଥିବା ଅଭିଯୋଗ ମିଳିଛି।
ସ୍ଥାନୀୟ ଲୋକଙ୍କ ଅନୁସାରେ, ଘଟଣା ସମୟରେ କିଛି ସାହି ପିଲା ଘଟଣା ସ୍ଥଳରେ ଆସି ଦୁଇ ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ। ପରେ ଘଟଣା ସ୍ଥଳରେ ଅଧିକ ଉତେଜନା ବଢ଼ିଥିଲା। ମାଥିଲି ଥାନା ଏସ୍‌ଆଇ ପ୍ରଦୀପ କୁମାର ନାୟକ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ବିରୋଧ କଲେ ମଦ ଦୋକାନ ର ଲୋକମାନେ ମାଡ଼ମାଡ଼ କରୁଛନ୍ତି, ଯେଉଁଥିରେ ଅବକାରୀ ବିଭାଗ ଓ ପୋଲିସ ମୁକବନ୍ଧ ଅବସ୍ଥା ଗ୍ରହଣ କରିଛନ୍ତି। ଚଡ଼ା ଦର ଓ ଦିନକୁ ଦିନ ମଦ ଯୁବପିଢି ପଡ଼ି ଜୀବନ ନଷ୍ଟ କରୁଥିବା ଦୃଶ୍ୟ ଉପରେ ଅଞ୍ଚଳବାସୀ ଚିନ୍ତିତ।
ଏହି ଧରଣର ଘଟଣା ମାଥିଲି ଅଞ୍ଚଳରେ ପୁଣିଥରେ ଉଠିଛି, ଯେଉଁଠ ଚୋରି, ଉପଦ୍ରବ ଓ ହିଂସା ଦୃଶ୍ୟ ସାଧାରଣ ଘଟଣା ହୋଇପଡ଼ିଛି। ଲୋକମାନେ ଅବକାରୀ ବିଭାଗ ଓ ପୋଲିସ ଅଧିକାରୀଙ୍କ ନିଷ୍କ୍ରିୟତା ପ୍ରତି ବିରୋଧ ଜଣାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।
ମଥିଲି ରୁଶିବପ୍ରଦ ପରିଛା ବିଶେଷ ଖବର