ସମାଜସେବୀଙ୍କ ୮ ମ ଶ୍ରାଦ୍ଧ ବାର୍ଷିକ ଉତ୍ସବ, କେଦାର ଥିଲେ ପ୍ରଗତିର ସାରଥୀ

ସମାଜସେବୀଙ୍କ ୮ ମ ଶ୍ରାଦ୍ଧ ବାର୍ଷିକ ଉତ୍ସବ, କେଦାର ଥିଲେ ପ୍ରଗତିର ସାରଥୀ

ଖଣ୍ଡପଡା ୧|୪ ଖଣ୍ଡପଡା ବ୍ଳକ ଅଂଚଳର ଜଣେ ଦରଦୀ ଜନନେତା ଭାବେ ପରିଚିତ ଦିବଂଗତ ଜନନାୟକ କେଦାରନାଥ ମହାନ୍ତିଙ୍କ ୮ମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ଅବସରରେ କିଆଝର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସ୍ମୃତିଚାରଣ ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି।କେଦାର ମହାନ୍ତି ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ବାଇଁ, ବିଶିଷ୍ଟ ଅତିଥି ଭାବେ ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ଯ ରାମେଶ୍ୱର ଶତପଥି, ଶିଶୁ କବି କାଶିନାଥ ଦାସ,ସମାଜସେବୀ ବିଜୟ କୁମାର ନନ୍ଦ,ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ,ଶିକ୍ଷାବିତ ଜନ୍ମେଜୟ ନାୟକ,ଖଣ୍ଡପଡ଼ା ବାର ଆସୋସିଏସନର ସଂପାଦକ ବିକ୍ରମ କେଶରୀ ଦେଓ, ନୟାଗଡ ଜିଲ୍ଲା ସାଂସଦ ଙ୍କ ପ୍ରତିନିଧୀ ଗୟାଧର ପରିଡା, ଖଣ୍ଡପଡ଼ା ଥାନାଧିକାରୀ କୃତିବାସ ହରିଚନ୍ଦନ, ନୟାଗଡ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ବାଳଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ଯୋଗ ଦେଇ ପ୍ରିୟ ଜନନାୟକ ସ୍ବର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ।

କେଦାର ଥିଲେ ପ୍ରେରଣାର ଉତ୍ସ,ପଶ୍ଚିମାଞ୍ଚଳ ବିକାଶର ସାରଥୀ ବୋଲି ସ୍ମୃତିଚାରଣ ସଭାରେ ମତ ପ୍ରକାଶ ପାଇଥିଲା। ସ୍ଵର୍ଗତ ମହାନ୍ତିଙ୍କ ପୁତ୍ର ତଥା ଖଣ୍ଡପଡା ବ୍ଳକ ସାଂସଦ ପ୍ରତିନିଧ ଚନ୍ଦ୍ରକାନ୍ତ ବଳିୟାର ସିଂ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ବରିଷ୍ଠ ସାମ୍ବାଦିକ ଉତ୍ପଳ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ଯକ୍ରମର ପ୍ରାରମ୍ଭରେ ଅତିଥିମାନେ ବିଦ୍ୟାଳୟ ସମ୍ମୁଖରେ ଅବସ୍ଥିତ ଦିବଂଗତ ଜନନେତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଜଂଳି ଜ୍ଞାପନ କରିଥିଲେ।ସମଗ୍ର ଖଣ୍ଡପଡା ନିର୍ବାଚମଣ୍ଡଳୀସ୍ତରରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷାବିତଙ୍କ ସମେତ ଶହଶହ କେଦାର ପ୍ରେମୀ ଜନତା କାର୍ଯ୍ଯକ୍ରମରେ ଉପସ୍ଥିତ ରହି ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରିଶେଷର ପୂର୍ବତନ ସରପଞ୍ଚ ଶରତ କୁମାର ସାହୁ ଧନ୍ୟବାଦ ଦେଇଥିଲେ।ଅପରାହ୍ନରେ ସୁନାମଧନ୍ଯ କଣ୍ଠଶିଳ୍ପୀମାନଙ୍କୁ ନେଇ ଏକ ଭଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର