ସୂଚନା ଅଧିକାର ଆଇନ କୁ ଫୁ କଲେ ପଟ୍ଟାମୁଣ୍ଡାଇ ବିଡିଓ ତଥ୍ୟ ଦେବାକୁ ଅଫିସ ନେଲା ଟଙ୍କା।
ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ସୂଚନାଫ ଅଧିକାର ଆଇନ ଅନୁସାରେ ଜାଣି ଶୁଣି ତଥ୍ଯ ନଦେବା ଏବଂ ସୁଚନା ଅଧିକାର ଆଇନ ୭(୬) କୁ ବେଖାତିର କରି ମୋଟା ଅଙ୍କର ଟଙ୍କା ଆଦାୟ କରା ଯାଉଥିବାର ଅଭିଯୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅଭିଯୋଗ ଅନୁଯାୟୀ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗ୍ରାମର ସୂଚନା ଅଧିକାର କର୍ମୀ ବିଷ୍ଣୁ ବେହେରା ତଥ୍ୟ ପାଇବା ପାଇଁ ଗତ ୧୦ ଫେବୃଆରୀ ରେ ଆବେଦନ କରିଥିଲେ। ନିୟମ ଅନୁସାରେ ଆବେଦନ ହେବାର ୩୦ ଦିନ ମଧ୍ୟରେ ଜନ ସୁଚନା ଅଧିକାରୀ ପୃଷ୍ଠା ପିଛା ୨ ଟଙ୍କା ହିସାବ ରେ ତଥ୍ଯ ଦେବା କଥା, ନଚେତ୍ ଡେରି ହେଲେ ସମ୍ପୃକ୍ତ ଜନ ସୂଚନା ଅଧିକାରୀ ସମ୍ପୂର୍ଣ୍ଣ ମାଗଣାରେ ତଥ୍ୟ ପ୍ରଦାନ କରିବା କଥା। କିନ୍ତୁ ଏଠି ଓଲଟା ସମ୍ପୃକ୍ତ ପଞ୍ଚାୟତ ର ଜନ ସୁଚନା ଅଧିକାରୀ ୨ ମାସରୁ ଉର୍ଦ୍ଧ୍ବ ବିଳମ୍ବରେ ତଥ୍ୟ ଦେଇ ମାଗଣା ରେ ଦେବାକୁ ଥିବା ତଥ୍ୟ ପାଇଁ ପୃଷ୍ଠା ପିଛା ୩ ଟଙ୍କା ହିସାବ କରି ୩୨୦୦ ଟଙ୍କା ରଖି ନେଇଥିବା ଅଭିଯୋଗ ହୋଇଛି। ଯାହା ମାଗଣାରେ ମିଳିବା କଥା ଥିଲା ସେଥିପାଇଁ ବି ଟଙ୍କା କାଟିବା ନିୟମ ବହିର୍ଭୂତ।ଏନେଇ ବିଷ୍ଣୁ ନିୟମ ଅନୁସାରେ ଟଙ୍କା ଫେରାଇବା ପାଇଁ ପଟ୍ଟାମୁଣ୍ଡାଇ ବିଡିଓ ଙ୍କ ନିକଟରେ ୩ ଜୁଲାଇରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ର ଅନେକ ଦିନ ପରେ ବି ବିଡିଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ରହି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି। ଏହି ଘଟଣା ଏବେ ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା।


admin 
