ସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନ ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡ ଫର୍ଜର ସହଭାଗିତା

ସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନ ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡ ଫର୍ଜର ସହଭାଗିତା

ସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନ ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡ ଫର୍ଜର ସହଭାଗିତା

ଭୁବନେଶ୍ୱର: ଘରୋଇ ଅଟୋମେସନ୍ ଓ ସ୍ମାର୍ଟ ବିଲିଂ ସମାଧାନ ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଆମ୍ପିଓ ପୋଲାଣ୍ଡ ସହ ମିଳିତ ହୋଇଛି। ସ୍ମାର୍ଟ ଜୀବନର ଭବିଷ୍ୟତକୁ ଅଧିକ ସୁନ୍ଦର କରିବା ପାଇଁ ସମସାମୟିକ ଘରଗୁଡିକ ପାଇଁ ଆଭା4-ଗାର୍ଡ ସମାଧାନର ଏହା ଏକ ଗୁରୁତ୍ଵପୂର୍ଣ ମାଧ୍ୟମ। ପୂର୍ବରୁ ଆର୍କିଟେକ୍ଟର ମିଟ୍‌ରେ ଏହି ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଥିରେ ଆର୍କିଟେକ୍ଟ, ଡିଜାଇନର ଓ ଶିଳ୍ପ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆବାସିକ ସ୍ଥାନ ଗୁଡିକରେ ନିରାପତ୍ତା ଓ ଦକ୍ଷତା ବୃଦ୍ଧି ପାଇଁ ପ୍ରସ୍ତୁତ ଅତ୍ୟାଧୁନିକ ଉତ୍ପାଦ ପ୍ରଦର୍ଶିତ ହୋଇଥିଲା। ଟ୍ରାଞ୍ଜେପ ସ୍ମାର୍ଟ ବିଲିଂର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଶ ଝୁନ୍‌ଝୁଜ୍ୱାଲା କାର୍ଯ୍ୟକ୍ରମକୁ ନେଇ ଉତ୍ସାହ ପ୍ରକାଶ କରି କହିଥିଲେ ଯେ, ଆମ୍ପିଓ ପୋଲାଣ୍ଡ ସହ ସହଭାଗିତା ଲୋକମାନଙ୍କର ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ବୋଲି ଲକ୍ଷ୍ୟ ରହିଛି । ଆମ୍ପିଓ ପୋଲାଣ୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲିନା କୁସେଇଚ୍ କୋଓ୍ୱାଲେଭେସ୍କା ଏହି ସହଭାଗିତା ଉପରେ ଗୁରୁତ୍ୱାରୋପ କରି ସ୍ମାର୍ଟ ହୋମ୍ ଟେକ୍ନୋଲୋଜିକୁ ଆପଣେଇବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ । ଅଧୂକ ବିବରଣୀ ପାଇଁ ଆମ୍ପିଓ ପୋଲାଣ୍ଡର ୱେବସାଇଟ୍ ପରିଦର୍ଶନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।