ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାସ୍ ଦରକାର ନାହିଁ ପରିବାର ସହ ଆସନ୍ତୁ ଶ୍ରୀମତୀ କାର୍ତ୍ତିକେୟାନ
Odisha
ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାସ୍ ଦରକାର ନାହିଁ ପରିବାର ସହ ଆସନ୍ତୁ ଶ୍ରୀମତୀ କାର୍ତ୍ତିକେୟାନ
ଭୁବନେଶ୍ବର: ଆଜି ସନ୍ଧ୍ୟାରେ ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା
ସମ୍ମିଳନୀ’ର ମିଡିଆ ଗ୍ୟାଲେରି ପରିସରରେ ଏକ ସାମ୍ବାଦିକ
ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା,
ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ
କାର୍ତ୍ତିକେୟନ ଯୋଗଦେଇ କହିଲେ, ପ୍ରଥମ ଓଡ଼ିଆ ଭାଷା
ସମ୍ମିଳନୀର ପ୍ରଥମ ଦିନରେ ଲୋକମାନଙ୍କ ଉତ୍ସାହ ବାରି
ହୋଇପଡ଼ୁଛି। ସମ୍ମିଳନୀ ୫ ତାରିଖ ଯାଏ ଚାଲିବ। ଏ ଏଥିରେ
ଓଡ଼ିଆ ଭାଷାର ପ୍ରାଚୀନ, ମଧ୍ୟକାଳ ଓ ଆଧୁନିକ ଯୁଗକୁ ନେଇ
ବିରାଟ ପ୍ରଦର୍ଶନୀ କରାଯାଇଛି। ଛି। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ
କାର୍ଯ୍ୟକ୍ରମ ମଧ୍ୟ ରହିଛି। ସ ସମ୍ମିଳନୀକୁ ଆସିବାକୁ କୌଣସି
ପାସ୍ର ଆବଶ୍ୟକତା ନାହିଁ। ତେଣୁ ଜନସାଧ ସାଧାରଣଙ୍କୁ
ଅନୁରୋଧ, ସେମାନେ ପରିବାର ସହ ଆସି ଭାଷା ସମ୍ମିଳନୀକୁ
ଦେଖନ୍ତୁ । ଗରିମାମୟ ଭାଷାର ସମ୍ମାନ ରଖିବାକୁ ହାତ ମିଳାଇ
କାମ କରିବାକୁ ଶ୍ରୀମତୀ କାର୍ତ୍ତିକେୟାନ ସମସ୍ତଙ୍କୁ ଆହ୍ବାନ
ଦେଇଥିଲେ।