Generation Z ର କଥା ଛାଡ଼ନ୍ତୁ...

Generation Z ର କଥା ଛାଡ଼ନ୍ତୁ...

Generation Alpha ର ପିଲା ମାନେ ପଚାରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଦେଲେ.... ଏବେ ସ୍କୁଲ ଖୋଲା ହେବ କି ନାହିଁ...

   ତାଙ୍କର ପ୍ରଶ୍ନ ପଛେ ଯାହା ଥାଉ କିନ୍ତୁ ଗୋଟିଏ କଥା ହେଲା ଦେଶରେ କଣ ହେଉଛି ତାହା ଆଜିର ପିଲା ପିଲା ବି ଜାଣୁଛନ୍ତି...

     

ଦୁଇଟି ମଦୁଆ କଲର ଧରା ଧରି ହୋଇ ନିଜ ନିଜ ଭିତରେ ମାରପିଟ ହେଉଥିଲେ... ଜଣେ କହୁଥୁଲା ଧର୍ମେନ୍ଦ୍ର ପ୍ରଧାନ ଟଙ୍କା ନେଇ ପ୍ରଶ୍ନ ପତ୍ର ଲିକ କରିଛନ୍ତି.... ଆଉ ଜଣେ କହୁଥିଲା ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ କିଛି ଦୋଷ ନାହିଁ...ସେ ତ ଶିକ୍ଷା ବିଭାଗର କର୍ମଚାରୀ ଙ୍କ ଦୁର୍ନୀତି ଯୋଗୁଁ ଫସିଗଲେ..

    

ଆଉ କିଛି ଦୂରରେ ଗଞ୍ଜେଇର ଧୂଆଁ ଉଡେଇ ଆଉ ଜଣେ କହିଲା ସବୁ ଗେମ୍ ହୋଇଗଲା.... ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରା ଫସେଇ ଦେଲେ...

   

କୋଚିଂରୁ ଫେରୁଥିବା ଦୁଇ ଜଣ ଛାତ୍ରୀ କଥା ଲାଗୁଥିଲେ ଏଥର ଆଉ NEET ପରୀକ୍ଷା ହେବ କି ନାହିଁ କିଏ ଜାଣେ...

     

ଆଗରୁ ଲୋକେ ନିର୍ବାଚନ ସରି ପ୍ରଧାନମନ୍ତ୍ରୀ ଶପଥ ପାଠ ନେଲା ପରେ ବି ଜାଣି ପାରୁ ନଥିଲେ ଦେଶରେ କଣ ହେଉଛି...

   ମେରା ଦେଶ ବଦଲ ରହା ହେ...