ଗଞ୍ଜେଇ ରେଡ ବେଳେ ପୁଲିସ ଗ୍ରାମବାସୀ ମୁହାଁମୁହିଁ .

ଗଞ୍ଜେଇ ରେଡ ବେଳେ ପୁଲିସ ଗ୍ରାମବାସୀ ମୁହାଁମୁହିଁ
ଗଞ୍ଜେଇ ରେଡ ବେଳେ ପୋଲିସ ଗ୍ରାମବାସୀ ମୁହାଁ ମୁହିଁ l ପୁଲିସ ଓ ଜନତା ଖଣ୍ଡ ଯୁଦ୍ଧ l 26 ଜଣ ପୁଲିସ କର୍ମଚାରୀ ଲହୁଲୁହାଣ l ରେଡରେ ସାମିଲ ଥିବା ରା. ଉଦୟଗିରି ଏସଡିପିଓ, ଏକାଧିକ ଥାନାର ଥାନା ଅଧିକାରୀ ଓ ମାଜିଷ୍ଟ୍ରେଟ ଦlୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମଧ୍ୟ ଆକ୍ରମାଣରୁ ବାଦ ପଡ଼ିନାହାନ୍ତି l ଏଥିସହ ପୁଲିସ ନେଇଥିବା 6 ଟି ଗାଡି ମଧ୍ୟ ଭଙ୍ଗା ରୁଜା ହୋଇଛି l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଯୁବ ପଞ୍ଚାୟତ ପିଡ଼ିଏର ଗାଁରେ l ଗତ ବିଳମ୍ବିତ ରାତିରେ ଗଞ୍ଜେଇ ରେଡ କରିବାକୁ ଯାଇଥିଲେ ପୋଲିସ l ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ଙ୍କ ନିର୍ଦେଶ କ୍ରମେ ରା. ଉଦୟଗିରି ଏସଡିପିଓ ଅମିତାଭ ପଣ୍ଡା, ମୋହନା ଥାନା ଅଧିକାରୀ ବସନ୍ତ ସେଠି, ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା, ରା.ଉଦୟଗିରି ଥାନା ଅଧିକାରୀ ଅଶ୍ୱିନୀ ଭିତ୍ରୀୟା, ରାମଗିରି ଥାନା ଅଧିକାରୀ ଗଜପତି ଦୋରା ଓ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠି ସହ ପୁଲିସ ଟିମ ରାତି ପ୍ରାୟ ସାଢେ 2 ଟାରେ ପିଡ଼ିଏର ଗାଁରେ ପହଞ୍ଚି ବିଭିନ୍ନ ଲୋକଙ୍କ ଘରେ ଗଞ୍ଜେଇ ରେଡ କରିଥିଲେ l ଏହି ସମୟରେ ଗ୍ରାମବାସୀ ପ୍ରବଳ ବିରୋଧ କରିବା ସହ ପୁଲିସ ଓ ଗ୍ରାମବାସୀ ଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା l ପୁଲିସ ଓ ଗାଡି ଉପରକୁ ଢେଲା ପଥର ଓ ଠେଙ୍ଗାମାଡ଼ ହୋଇଥିଲା l ଏଥିରେ ରା.ଉଦୟଗିରି ଏସଡିପିଓଙ୍କ ସମେତ 26 ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ପୁଲିସ ସୂଚନା ଦେଇଛି l ଏଥିସହ ପୋଲିସ ର 6 ଟି ଗାଡିକୁ ମଧ୍ୟ ଭାଙ୍ଗିଦେଇଛନ୍ତି ଗ୍ରାମବାସୀ l ଏହାପରେ ଯୁବ ଗାଁ ସମେତ ଅଞ୍ଚଳବାସୀ ଘଟଣା ସ୍ଥଳରେ ପହଁଚି ରାସ୍ତା ଉପରେ ରାତି ଠାରୁ ପୋଲିସ କର୍ମଚାରୀ ଙ୍କୁ ଅଟକ ରଖିଥିଲେ l ସ୍ଥାନୀୟ ସରପଞ୍ଚ ଜିଖରୀୟ ରଇତ ଓ ପୂର୍ବତନ ସରପଞ୍ଚ ମଧୁ ମାଝୀ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ସହ ଲିଖିତ ଚୁକ୍ତିନାମା ପରେ ସକାଳ ପ୍ରାୟ ସାଢେ 9 ଟାରେ ପୁଲିସ କର୍ମଚାରୀ ଙ୍କୁ ଛାଡିଥିଲେ ଲୋକେ l ତେବେ ଗାଁର ବିଭିନ୍ନ ଲୋକଙ୍କ ଘରୁ 20 କୁଇଣ୍ଟାଲ 11 କିଲୋ ଗଞ୍ଜେଇ ଜବତ ହୋଇଛି l ଗଞ୍ଜେଇ ରେଡ ବେଳେ 8 ଜଣ ଅଭିଯୁକ୍ତ ଙ୍କୁ ଧରିଥିଲା ପୁଲିସ l ତେବେ ପୁଲିସ କୁ ଆକ୍ରମଣ ର ସୁଯୋଗ ନେଇ ସେମାନେ ଖସି ଯାଇଛନ୍ତି l ଆହତ ପୁଲିସ କର୍ମଚାରୀ ଙ୍କୁ ଚନ୍ଦ୍ରଗିରି ମେଡିକାଲ ରେ ଚିକିତ୍ସା କରାଯାଇଛି l ଘଟଣା ପରେ ଅତିରିକ୍ତ ଏସପି ସୁନୀଲ ମହାନ୍ତି, ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସମେତ ଜିଲ୍ଲାର ବିଭିନ୍ନ ଥାନାର ଅଧିକାରୀ ଓ ପୁଲିସ ଫୋର୍ସ ଚନ୍ଦ୍ରଗିରି ଫାଣ୍ଡିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l ଗଜପତି ଏସପି ସ୍ଥିତି ଅନୁଧ୍ୟାନ କରିଛନ୍ତି l ଘଟଣା ର ତଦନ୍ତ ଚାଲିଛି l ପୁଲିସ କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା ଓ ଗଞ୍ଜେଇ ଘଟଣା ରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି l