ଅମ୍ବାଭନା ଅମ୍ବାଭାନାରେ ଜନଶୁଣାଣୀ .

ଅମ୍ବାଭନା ଅମ୍ବାଭାନାରେ ଜନଶୁଣାଣୀ .

ଅମ୍ବାଭନା ଅମ୍ବାଭାନାରେ ଜନଶୁଣାଣୀ ଅମ୍ବାଭନା -ବିଶେଷ ଖବର --(ଫକୀର ଦୀପ )ଆଜି ବରଗଡ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟେଲଙ୍କ ତତ୍ୱାବଧାନରେ ବରଗଡ ଜିଲ୍ଲା ଅନ୍ତର୍ଗତ ଅମ୍ବାଭନା ବ୍ଲକ ସଭା ଗୃହରେ ଜନ ଶୁଣାଣିgv କାର୍ଯ୍ୟକ୍ରମ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସର୍ବମୋଟ ଏକ ଶହ ଅଣଚାଳିଶି ଗୋଟି ଅଭିଯୋଗ ପତ୍ର ହସ୍ତଗତ ହୋଇଛି, ସେଥି ମଧ୍ୟରୁ ବ୍ୟକ୍ତିଗତ ଏକଶହ ଛବିଶ ଓ ସାମୁହିକ ପନ୍ଦର ଗୋଟି l ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଯଥାଶୀଘ୍ର ବିଚାର ଦିଗରେ କାର୍ଯ୍ୟକ୍ରମ ରହିଅଛି l କିନ୍ତୁ ଅମ୍ବାଭାନାର ପରିବେଷକୁ ପର୍ଯ୍ୟବେକ୍ଷଣ କଲେ ଶୁଷ୍କ ମରୁଭୂମି ଭଳି ଓ ସେଠାରେ ପାନୀୟ ଜଳ, ସ୍ୱାସ୍ଥ୍ୟ ଗମନାଗମନ ଓ ଚାଷୀଙ୍କ ସଂକଟlପନ୍ନ ଜଳାଭାବ ଦେଖାଯାଉଛି l ଏହାର ସମସ୍ତ ସୁଯୋଗ ଅନୁସାରେ ସରକାର କର୍ମ ତତ୍ପର ସହାୟକରେ ହାତ ବଢେଇବା ନିଶ୍ଚିତତା ଅଟେ l ଆଜିର ଶୁଣାଣିରେ ବିସ୍ମୟକର ଘଟଣା ଦେଖା ଦେଇଛି ଲକରଣ ଜଣେ ଅସହାୟ ବିଧବା ଦୁର୍ବଳ ମହିଳା ସମସ୍ତ ଅଧିକାରୀଙ୍କୁ ଜଣାଇ ସାରିଛନ୍ତି ଯାହାକି ଅଞ୍ଚଳବାସୀଙ୍କ ଯାତାୟାତ ରାସ୍ତାକୁ ଜଣେ ଅବରୋଧ କରି ଥିବା ଅଭିଯୋଗ ଜଣାଇ କିଛି ଫଳବତୀ ହୋଇ ପାରିନାହାନ୍ତି l ମହିଳା ଆଜିର ସାମ୍ବାଦିକଙ୍କ ଗହଣରେ କାକୁତି ମିନତୀ ହୋଇ ସେହି ରାସ୍ତାକୁ କିପରି ଗମନା ଗମନରେ ଓ ନିଜ ଜମିରେ ଥିବା ରାସ୍ତାକୁ ନିଜ ହକ ଅଧିକାର କରିବାକୁ ପ୍ରୟାସ ଜାରି ରଖିଛନ୍ତି l ଆହୁରି ଯିଏ ରାସ୍ତା ଉପରକୁ ଜବର ଦାଖଲ କରିଛନ୍ତି ସରକାରୀ ସମ୍ପତ୍ତିକୁ ନିଜ ନାଁରେ କୌଶଳରେ ନାମିତ ହୋଇଛି ତାର ପୁନଃରୁଦ୍ଧାର ଦିଗରେ ଜୀବନ ଦେଇ ଲଢ଼ିବାର ପ୍ରୟାସ ରଖିଛନ୍ତି l ଏହାର ସୁ ବିଚାର ପାଇଁ ଅଞ୍ଚବାସୀ ଅପେକ୍ଷାରେ ଅଅଭିଯୋଗ କରି ଅପେକ୍ଷାରେ ଚାତକ ପରି ଟାକି ରହିଛନ୍ତି l