ତୁଳସୀ ପାହାଡ଼ ଦୁର୍ଗମ ଅଞ୍ଚଳବାସୀ ଙ୍କୁ ସାଧାରଣ ବଣ୍ଟନ ରାସନ  ସାମଗ୍ରୀ ଯୋଗାଇ ଦେଲେ ଟେମୁରୁପାଲ୍ଲୀ ସରପଞ୍ଚ ।

ତୁଳସୀ ପାହାଡ଼ ଦୁର୍ଗମ ଅଞ୍ଚଳବାସୀ ଙ୍କୁ ସାଧାରଣ ବଣ୍ଟନ ରାସନ  ସାମଗ୍ରୀ ଯୋଗାଇ ଦେଲେ ଟେମୁରୁପାଲ୍ଲୀ ସରପଞ୍ଚ ।

ତୁଳସୀ ପାହାଡ଼ ଦୁର୍ଗମ ଅଞ୍ଚଳବାସୀ ଙ୍କୁ ସାଧାରଣ ବଣ୍ଟନ ରାସନ  ସାମଗ୍ରୀ ଯୋଗାଇ ଦେଲେ ଟେମୁରୁପାଲ୍ଲୀ ସରପଞ୍ଚ ।


ମାଲକାନଗିରି ତା:-୨୦/୦୬ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମ୍ବରୁପାଲ୍ଲୀ ଗ୍ରାମପଞ୍ଚାୟତରେ ଆଜି ସ୍ଥାନୀୟ ସରପଞ୍ଚ ତୁମ୍ୱେଶ୍ୱର ସମରଥ, ଦୁର୍ଗମ ଅଂଚଳ ତୁଳସୀ ପାହାଡ଼ ଗ୍ରାମବାସୀଙ୍କୁ ସାଧାରଣ ବଣ୍ଟନ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି। ତୁଳସୀ ପାହାଡ଼ ଉପରେ ୧୦ କିଲୋମିଟର ଦୂରତାର ରାସ୍ତା ମଧ୍ୟ ସମ୍ପୂର୍ଣ ହୋଇ ନଥିବା ଅଧୁରା ରାସ୍ତାରେ ଅଂଚଳ ବାସୀ ଯିବା ଆସିବା କରନ୍ତି । ଲୋକଙ୍କ ଏ ପ୍ରକାରର ଅସୁବିଧା ଦେଖି ସରପଞ୍ଚ ପଂଚାୟତ ଅଧିକାରୀଙ୍କୁ ସାଙ୍ଗରେ ଧରି ନିଜେ ସାଧାରଣ ବଣ୍ଟନ ରାସନ ସାମଗ୍ରୀ ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି । ଭାରତ ବର୍ଷ ସ୍ୱାଧୀନ ହେବା ପରେ ବନ ପାହାଡ଼ ଘେରା ଉଚସ୍ଥାନରେ ବସବାସ କରି ଆସୁଥିବା ଆଦିମ ଜନଜାତି ଆଦିବାସୀ ମାନେ ସେଇ ଅଂଚଳରେ ୩୦୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ସରପଞ୍ଚ ପହଞ୍ଚି ରାସନ ସାମଗ୍ରୀ ନେଇ ସାଧାରଣ ଲୋକଙ୍କ କଥା ବୁଝି ପାରି ଥିବାରୁ ସେଠାକାର ଲୋକଙ୍କ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।ସରପଞ୍ଚଙ୍କ ଏଭଳୀ କାର୍ଯ୍ୟ ସକାଶେ ଗ୍ରାମପଞ୍ଚାୟତ ଗ୍ରାମବାସୀ ମାନେ ସରପଞ୍ଚ ପ ପଞ୍ଚାୟତ ଅଧିକାରୀଙ୍କୁ ଧନ୍ୟବାଦ ଜଣେଇଛନ୍ତି ।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର