ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ୩ ମୃତ,୨ ଗୁରୁତର  I

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ୩ ମୃତ,୨ ଗୁରୁତର  I

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ୩ ମୃତ,୨ ଗୁରୁତର  I

ନୟାଗଡ଼ ,୨୬/୭: ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟାକରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ଏକ ବାଇକ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡ଼ିଛି ।ବାଇକ୍ କୁ ରକ୍ଷା କରିବାକୁ ଯାଇ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି।ସଂକଟାପନ୍ନ ହୋଇଥିବା  ୨ ଜଣଙ୍କୁ  ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଶନିବାର ସଂନ୍ଧ୍ୟାରେ ନୟାଗଡ଼ ପଟରୁ ଗୋଟିଏ ଟ୍ରକ ଯାଉଥିବା ବେଳେ ବିପରୀତ ଦିଗରୁ ଆଉ ଏକ ଟ୍ରକ ଆସୁଥିଲା l ଏତିକିବେଳେ ଏକ ବାଇକ ମଝିରେ ପସିଯିବାରୁ ଉଭୟ ଟ୍ରକ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇ ରାସ୍ତା ତଳକୁ ଖସି ଚୁରମାର ହୋଇଯାଇଥିଲା। ଦଶପଲ୍ଲା ପୋଲିସ, ଅଗ୍ନିଶମ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା ବେଳେ କଟର ମେସିନ୍ ସାହାଯ୍ୟରେ କାଟି  ମୃତଦେହକୁ ଉଦ୍ଧାର କରାଯାଇଥିବା ଜଣାପଡିଛି।
ନୟାଗଡ଼ରୁ ଅଶୋକ କୁମାର ସାଥୁଆ, ବିଶେଷ ଖବର