admin Sep 10, 2026 2
admin Sep 9, 2026 10
admin Sep 5, 2026 199
admin Aug 31, 2026 5
admin Aug 13, 2026 18
admin Sep 11, 2026 99
admin Sep 11, 2026 4
admin Sep 11, 2026 22
admin Sep 11, 2026 2
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 9
admin Jul 25, 2026 18
admin May 29, 2026 9
admin Apr 17, 2026 62
admin Apr 14, 2026 30
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 47
admin Aug 29, 2026 6
admin May 29, 2026 68
admin May 27, 2026 11
admin May 17, 2026 67
admin Sep 11, 2026 103
admin Sep 10, 2026 169
admin Sep 8, 2026 5
admin Sep 6, 2026 4
admin Sep 1, 2026 102
Join our subscribers list to get the latest news, updates and special offers directly in your inbox
ରାଜନୀତି
ମୁନିଗୁଡାରେ ଜିଲ୍ଲାପାଳଙ୍କ ଏସଆଇଆର ସମୀକ୍ଷା 28 ସୁଦ୍ଧା ଶତପ୍ରତିଶତ ସାରିବାକୁ ତାଗିଦ୍। ......................................... ମୁନିଗୁଡା, 23/06 /2026( ଲଷ୍ମୀ କାନ୍ତ ବେହେରା) ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଶେଷ ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ନିମନ୍ତେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର ଦିନ ମୁନିଗୁଡା ବ୍ଲକ ଗସ୍ତ କରିଛନ୍ତି। ତାଙ୍କ ସହିତ ଅତିରିକ୍ତ-ଜିଲ୍ଲାପାଳ ରମେଶ ଚନ୍ଦ୍ର ନାୟକ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମୁନିଗୁଡା ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଓ ତହସିଲଦାର ଏମ୍. ଅନୁରାଧା ପ୍ରମୁଖ ଉପସ୍ଥିତ ରହି ଦୀର୍ଘ ଚାରି ଘଣ୍ଟାରୁ ଉର୍ଦ୍ଧ ସମୟ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ବ୍ଲକର ସମସ୍ତ 77 ଜଣ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ସହ ମାରାଥନ ବୈଠକ କରି କ୍ଷେତ୍ରସ୍ତରୀୟ ଅଗ୍ରଗତିର ସମୀକ୍ଷା କରିଥିଲେ। ପ୍ରତ୍ୟେକ ବିଏଲଓଙ୍କ ଅଞ୍ଚଳରେ ଏସଆଇଆର କାର୍ଯ୍ୟ କିପରି ଚାଲିଛି, ଏଯାବତ କେତେ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ ହୋଇଛି ଏବଂ କେଉଁ ସ୍ଥାନରେ କି ପ୍ରକାର ସମସ୍ୟା ଉପୁଜୁଛି, ତାହାର ତନ୍ନତନ୍ନ ଯାଞ୍ଚ କରାଯାଇଥିଲା। ସରକାରଙ୍କ ନିର୍ଦ୍ଧାରିତ ସମୟସୀମା ଜୁନ୍ 28 ତାରିଖ ସୁଦ୍ଧା ଶତପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁ ବିଏଲଓମାନଙ୍କର କାର୍ଯ୍ୟ ଅଗ୍ରଗତି 80 ପ୍ରତିଶତରୁ କମ୍ ରହିଛି, ସେମାନଙ୍କ ପାଖରେ ଜିଲ୍ଲାପାଳ ନିଜେ ବସି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ ନହେଲେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବ ବୋଲି ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ସମୀକ୍ଷା ସମୟରେ ଜିଲ୍ଲାପାଳ ବିଏଲଓମାନଙ୍କଠାରୁ କ୍ଷେତ୍ରସ୍ତରୀୟ ବାଧାବିଘ୍ନ ସମ୍ପର୍କରେ ଶୁଣିଥିଲେ ଏବଂ ତାହାର ତୁରନ୍ତ ସମାଧାନ ପାଇଁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘରକୁ ଘର ବୁଲି ତଥ୍ୟ ସଂଗ୍ରହ, ଡାଟା ଏଣ୍ଟ୍ରି ଏବଂ ସତ୍ୟାପନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଲୋଡି ସେ ଆହ୍ୱାନ ଜଣାଇଛନ୍ତି। ବୈଠକ ଶେଷରେ ଉପସ୍ଥିତ ସମସ୍ତ ଅଧିକାରୀ ଓ ବିଏଲଓମାନେ ଜୁନ୍ 28 ସୁଦ୍ଧା ଶତପ୍ରତିଶତ ଏସଆଇଆର କାର୍ଯ୍ୟ ସମାପ୍ତ କରିବାକୁ ଜିଲ୍ଲାପାଳଙ୍କୁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ପ୍ରଶାସନର ଏହି ତତ୍ପରତା ଦେଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଆଶା ସୃଷ୍ଟି ହୋଇଛି। ଏହାଦ୍ୱାରା ଭୋଟର ତାଲିକାର ସ୍ୱଚ୍ଛତା ସହିତ ସରକାରୀ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ଦିଗରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ।
Previous Article
Next Article
admin1
admin1 Jun 27, 2026 44
admin1 Jun 22, 2026 4
admin1 Jun 2, 2026 2
admin1 Jun 28, 2026 13
admin1 Jul 2, 2026 127
admin1 May 31, 2026 12
admin Aug 3, 2026 420
admin Aug 23, 2026 391
admin Aug 11, 2026 347
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 39
View Options