ଏସସିବି ମେଡିକାଲରେ ପୁଣି ଅଘଟଣ।
ହେମାଟୋଲୋଜି ବିଭାଗରେ ହଠାତ୍ ଖସି ପଡ଼ିଛି ସିଲିଂ। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଏହି ଅଘଟଣରେ କେହି ଆହତ ହୋଇନାହାନ୍ତି। ଗତକାଲି ରାତିରେ ହେମାଟୋଲୋଜି ବିଭାଗର ରୋଗୀ ଶୌଚାଳୟ ନିକଟରେ ହଠାତ୍ ସିଲିଂ ଖସି ପଡ଼ିଥିଲା । ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା ପ୍ଲାଷ୍ଟର ଓ ଇଟା। ସୌଭାଗ୍ୟବଶତଃ , ସେହି ସମୟରେ କେହି ସେଠାରେ ନଥିବାରୁ ଏକ ବଡ଼ ଅଘଟଣରୁ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ପରେ ମେଡିକାଲରେ ରୋଗୀଙ୍କ ସୁରକ୍ଷା ଏବେ ବଡ଼ ପ୍ରଶ୍ନବାଚୀ। ପୁରୁଣା କୋଠାର ରକ୍ଷଣାବେକ୍ଷଣକୁ ନେଇ ଉଠିଛି ସିଧା ପ୍ରଶ୍ନ।*


admin 
