କାଶୀପୁର ଠାରେ ବନ ମହାତ୍ସବ ଅନୁଷ୍ଠିତ.

କାଶୀପୁର ଠାରେ ବନ ମହାତ୍ସବ ଅନୁଷ୍ଠିତ.

 କାଶୀପୁର ଠାରେ ବନ ମହାତ୍ସବ ଅନୁଷ୍ଠିତ Anchor - ରାୟଗଡା ବନଖଣ୍ଡ ଅନ୍ତର୍ଗତ କାଶୀପୁର ବନାଞ୍ଚଳ ପକ୍ଷରୁ ଆଜି କାଶୀପୁର ବନ ବିଭାଗ କାର୍ଯ୍ୟାଳୟ ଠାରେ ବନ ମହତ୍ସବ ଅନୁଷ୍ଠିତ ହେଇଯାଇଛି l " ମା ପାଇଁ ଗଛ ଟିଏ " ଯୋଜନା ରେ ଅଂଚଳବାସୀ ଙ୍କୁ ସାମିଲ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ କାଶୀପୁର ବନାଞ୍ଚଳ ଅଧିକାରୀ ଶ୍ରୀ ସଚିତା ନନ୍ଦ ପରିଡା ଙ୍କର ନେତୃତ୍ୱରେ ଅଞ୍ଚଳ ର ଶତାଧିକ ସ୍ଥାନୀୟ ଜନ ସାଧାରଣ ଲୋକଙ୍କୁ ସୁସ୍ଥ ଏବଂ ସନ୍ତୁଳନ ପରିବେଶ ନିମନ୍ତେ ଗୋଟିଏ ଗୋଟିଏ ଚାରାମାତ୍ର ଏକ ଟଙ୍କା ରେ ପ୍ରଦାନ କରାଯାଇଥିଲା l ବିଭାଗ ପକ୍ଷରୁ ଚଳିତ ବର୍ଷ ରେ ୨୦ ହଜାର ଚାରା ପ୍ରସ୍ତୁତ କରାଯାଇଥିବାବେଳେ ପର୍ଯ୍ୟାୟ କ୍ରମେ ଉକ୍ତ ମହାତ୍ସବ ସାପ୍ତାହିକ କାର୍ଯ୍ୟକ୍ରମ କୁ ଚଳିତ ଜୁଲାଇ ୧ ରୁ ୭ ତାରିଖ ମଧ୍ୟରେ ପ୍ରତ୍ୟେକ ଗାଁ ଓ ବିଭିନ୍ନ ଅନୁଷ୍ଠାନ କୁ ସାମିଲ କରି ବ୍ୟାପକ ଭାବେ ଚାରା ପ୍ରଦାନ ନିମନ୍ତେ ସ୍ଥିର କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ବିଭାଗୀୟ ଅନ୍ୟ ମାନଙ୍କ ମଧ୍ୟରେ କାଶୀପୁର ସେକ୍ସନ ଫରେଷ୍ଟର ସମୀର ସାହୁ, ଫରେଷ୍ଟର ସତ୍ୟବାନ ପାତ୍ର, ଫରେଷ୍ଟ ଗାର୍ଡ ଘାସି ମାଝୀ ଓ ଶ୍ରାବଣୀ ଗୌଡ଼ ଓ ଅନ୍ୟ ସମସ୍ତେ ସହଯୋଗ କରିଥିଲେ. ରାୟଗଡା କାଶୀପୁର ରୁ, ସୁରେଶ ଚନ୍ଦ୍ର କୁମ୍ଭାରଙ୍କ ସହ ଲଷ୍ମୀ କାନ୍ତ ବେହେରାଙ୍କ ରିପୋର୍ଟ ବିଶେଷ ଖବର.