ରାଜ୍ୟପାଳଙ୍କୁ ଜିଲା ଛାତ୍ର କଂଗ୍ରେସର ଦାବିପତ୍ର .

ରାଜ୍ୟପାଳଙ୍କୁ ଜିଲା ଛାତ୍ର କଂଗ୍ରେସର ଦାବିପତ୍ର .
ମାଲକାନଗିରି, ୧୩/୬ : ମାଲକାନଗିରି ଜିଲା କଂଗ୍ରେସ ଛାତ୍ର ସଙ୍ଗଠନ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଞ୍ଚଳିକ ପରିବହନ ଅଧୂକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ପାଇଁ ପରିବହନ ସୁଗମତା ଓ ସୁଲଭତା ସମ୍ପର୍କରେ ଦୀର୍ଘକାଳୀନ ଏବଂ ଗୁରୁତପୂର୍ଣ ଦାବି ଉପସ୍ଥାପନ କରାଯାଇଛି । ସରକାରୀ ସାର୍ବଜନୀନ ପରିବହନରେ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ସକାଶେ ସରକାରୀ ପରିଚାଳିତ ବସ୍ ଓ ପରିବହନ ସେବାରେ ସ ସମସ୍ତ ଛାତ୍ରଛାତ୍ରୀ ପାଇଁ ମାଗଣା ଯାତ୍ରା ତୁରନ୍ତ ଦିଆଯାଉ ବିଶେଷ କରି ତୁରନ୍ତ ଯୋଗାଇ ଗ୍ରାମାଞ୍ଚଳ ଓ ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଅନେକ ଛାତ୍ରଛାତ୍ରୀ ସ୍କୁଲ, କଲେଜ ଓ ବିଶ୍ଵ ବିଦ୍ୟାଳୟକୁ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ପରିବହନ ସେବା ବାରେ ୫୦ ପ୍ରତିଶତ ରିହାତି ଏବଂ ଯେଉଁ ଅଞ୍ଚଳରେ ସରକାରୀ ପରିବହନ ଉପଲବ୍ଧ ନାହିଁ କିମ୍ବା ପର୍ଯ୍ୟାପ୍ତ ନୁହେଁ ସେଠାରେ ଛାତ୍ରଛାତ୍ରୀ ଘରୋଇ ବସ୍ କିମ୍ବା ଭ୍ୟାନ ବ୍ୟବହାର କରିବାକୁ କୁ ବାଧ୍ଯ ହେଉଛନ୍ତି । ବୈଧ ଛାତ୍ର ଙ୍କ ପରିଚୟ ପତ୍ର ଉପସ୍ଥାପନ ପରେ ଘରୋଇ ପରିବହନ ସେବାରେ ସମସ୍ତ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଇଁ ୫୦ ପ୍ରତି ବାଧ୍ୟତାମୂଳକ କରାଯାଉ ବୋଲି ଦାବିପତ୍ର ପତ୍ରରେ ଉଲ୍ଲେଖ ରହିଛି ଦାବିପତ୍ର ପ୍ରଦାନ ସମୟରେ ଛାତ୍ର ସଙ୍ଗଠନର ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ସହ ଅନ୍ୟାନ୍ୟ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର