ଗ୍ରାମାଞ୍ଚଳ ଥାନା ର ଆଇଆଇସି ଶ୍ରୀକାନ୍ତ ବାରିକ ଙ୍କ କାର୍ଯ୍ୟ ରେ ଖୁସି ଅଛନ୍ତି ଗ୍ରାମାଞ୍ଚଳ ବାସୀ।
ଗ୍ରାମାଞ୍ଚଳ ଥାନା ର ଆଇଆଇସି ଶ୍ରୀକାନ୍ତ ବାରିକ ଙ୍କ କାର୍ଯ୍ୟ ରେ ଖୁସି ଅଛନ୍ତି ଗ୍ରାମାଞ୍ଚଳ ବାସୀ।
ପଟ୍ଟାମୁଣ୍ଡାଇ ୩୦.୦୫.୨୦୨୬ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ଶ୍ରୀକାନ୍ତ ବାରିକ ଯୋଗ ଦେବା ଦିନ ଠାରୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ର ଆଖପାଖ ପଞ୍ଚାୟତ ରେ ଚୋରି ତ କମିଛି। ଦିନକୁ ଦିନ ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଅସାମାଜିକ ଯୁବକ ଙ୍କ ଦୌରତ୍ମ୍ୟା ବଢ଼ିଥିବା ବେଳେ ଆଇ ଆଇ ସି ଙ୍କ ଯୋଗ ଦାନ ଫଳରେ ଛକଛକରେ ଅସାମାଜିକ ଆଡା ଉପରେ ଚଢ଼ାଉ କରିବା ଦ୍ୱାରା ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଅସାମାଜିକ ଯୁବକ ଙ୍କ ଖରାପ କାର୍ଯ୍ୟକଳାପ କମିବାରେ ଲାଗୁଛି।ଚୋରା ରେ ଵିକୁ ଥିବା ମଦ ବେପାରୀ ଛାନିଆରେ ମଦ ବେପାର ଏକ ପ୍ରକାର ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଜୋର୍ ରେ ଗାଡ଼ି ଚଳାଇବା , ବାଇକ୍ ରେ ଠୋ ଠା ଶଦ୍ଦ କରିବା , ବିନା ଲାଇସେନ୍ସରେ ଗାଡ଼ି ଚାଲକ ଙ୍କ ଗାଡ଼ି କୁ ଧରି ଥାନା କୁ ଆଣିବା ଦ୍ଵାରା କିଛି ଅସାମାଜିକ ଯୁବକ ଙ୍କ ମନ ରେ କୋକୁଆ ଭୟ ସଂଚାର କରିଛି ।ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଆଇଆଇସି ଙ୍କ ପାଇଁ ଟ୍ରାଫିକ ସମସ୍ୟା ଲାଗି ରାସ୍ତା ମାନଙ୍କ ରେ ହେଲମେଟ ଚେକିଂ ଚାଲୁ ରହିଛି।। ଵିଭିନ୍ୟ ପଞ୍ଚାୟତ ରେ ଥିବା ବଜାର ରେ କଡ଼ା କଡ଼ି ପେଟ୍ରୋଲିଙ୍କ କରିବା ଦ୍ୱାରା ବଜାର ମାନଙ୍କ ରେ ଦୋକାନ ରେ ଚୋରି କମିଛି । ଆଇ ଆଇ ସି ଶ୍ରୀକାନ୍ତ ବାରିକ ଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ରେ ଥିବା ମଦନପୁର କଲେଜ ର ବହୁ ଛାତ୍ରୀ ଦୂର ଦୁରାନ୍ତରୁ ପଢ଼ିବା କୁ ଆସନ୍ତି ସେମାନେ କଲେଜ ଆସିଲା ବେଳେ କିଛି ଅସାମାଜିକ ଯୁବକ ଲାଇନ୍ ମାରିବା ଦ୍ଵାରା ଛାତ୍ରୀ ଙ୍କ ପାଠପଢ଼ା ରେ ବ୍ୟାଘାତ ହେଉ ଥିଲା ନିଜେ ଆଇଆଇସି, ସବୁ ବେଳେ କଲେଜ ଆଖପାଖ ରେ ପେଟ୍ରୋଲିଂ ଗାଡ଼ି ବୁଲିବା ଦ୍ଵାରା ଛାତ୍ରୀ ମାନେ ବିନା ଆଶଙ୍କା ରେ କଲେଜ ରେ ଅଧ୍ୟୟନ କରୁଛନ୍ତି। । ଗ୍ରାମାଞ୍ଚଳ ଥାନା ଆଇଆଇସି ଙ୍କ କାର୍ଯ୍ୟ ରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ବାସୀ ସନ୍ତୁଷ୍ଟ ହେବା ସହିତ ,ଜଣେ ସଚ୍ଚୋଟ ପୋଲିସ ଅଫିସର ଭାବେ ପାଇ ଥିବାରୁ ପଟ୍ଟାମୁଣ୍ଡାଇ ଅଞ୍ଚଳ ବାସୀ ବହୁତ୍ ଖୁସି ଅଛନ୍ତି ।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin1 
