ଥମିଲା ବର୍ଷା, ବଢିଲା ଦୁର୍ଦ୍ଦଶା

ଜଳ ବନ୍ଦି ଘେରରୁ ମୁକୁଳିଲେ ଉଗ୍ରେସ୍ୱର ମହାଦେବ

ଥମିଲା ବର୍ଷା, ବଢିଲା ଦୁର୍ଦ୍ଦଶା

ନୟାଗଡ ୨୬/୦୯ ବଙ୍ଗୋପସାଗର ରେ ଲଘୁଚାପ ଜନିତ ଗଭୀର ଅବପାତ ଓଡ଼ିଶା ଉପକୂଳ ଛାଡି ଅପସରୀ ଯାଇଥିଲେ ସୁଦ୍ଧା ଏହାର ପ୍ରଭାବ ଏବେ ବି ଜାରିରହିଛି l ଗତ ୩ଦିନ ଧରି ଲାଗିରହିଥିବା ପ୍ରବଳ ରୁ ଅତି ପ୍ରବଳ ବର୍ଷା ଯୋଗୁ ସମଗ୍ର ଅଞ୍ଚଳ ରେ ଜନ ଜୀବନ ବାଧାପ୍ରାପ୍ତ ହୋଇଛି l ଲଗାଣ ବର୍ଷା ଫଳରେ ନୟାଗଡ ବ୍ଲକ ଅନ୍ତର୍ଗତ ବଡପଣ୍ଡୁସର ନିକଟ ନୂତନ କୁସୁମୀ ବ୍ୟାରେଜ୍‌ ଜଳସ୍ତର ବୃଦ୍ଧି ପାଇବାରୁ ଏହାର ଗୋଟିଏ ଗେଟ ଖୋଲା ଯାଇଛି ଫଳରେ ବଡପଣ୍ଡୁସର ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ଚାରିଆଡେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି l ପ୍ରମୁଖ ରାସ୍ତା ତଳିଆ ଅଞ୍ଚଳ ପାଣି ଘେରରେ ରହିଛି l ବନ୍ୟା ଯୋଗୁଁ ଉକ୍ତ ଅଂଚଳ ର ପ୍ରସିଦ୍ଧ ଶୈବପୀଠ ଉଗ୍ରେଶ୍ୱର ମହାଦେବ ଙ୍କ ମନ୍ଦିର ଜଳବନ୍ଦୀ ହୋଇରହିଛି l ମନ୍ଦିର ବେଢା ତଥା ମୁଖ୍ୟ ପ୍ରବେଶ ପଥରେ ଆଠୁଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି l

ପୂର୍ଵ ପ୍ରଚଳିତ ପରମ୍ପରା ଏବଂ ବ୍ୟବସ୍ଥା ଅନୁଯାୟୀ ମହାଦେବ ଙ୍କ ସେବା ରେ ନିୟୋଜିତ ଥିବା ସେବାୟତ ମାନେ ଠାକୁର ଙ୍କୁ ସୁରକ୍ଷିତ ଭାବେ ମନ୍ଦିର ସାହି ସ୍ଥିତ ଭାଗବତ ଘରକୁ ସ୍ଥାନାନ୍ତରିତ କରାଯାଇଛି l ମୁଖ୍ୟ ସେବାୟତ ଲକ୍ଷ୍ମୀଧର ମହାପାତ୍ର ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି, ଜଳସ୍ତର ବୃଦ୍ଧି ପାଇ ମନ୍ଦିର ଭିତରେ ପ୍ରବେଶ କରିଥିବାରୁ ପୁରାତନ ରୀତିମତେ ମହାପ୍ରଭୁ ଙ୍କୁ ଭାଗବତ ଘରକୁ ନିଆଯାଇଛି l ସେଠାରେ ସନ୍ଧ୍ୟା ଆଳତି ସମ୍ପୂର୍ଣ ହେବାପରେ ରାତିରେ ସ୍ୱତନ୍ତ୍ର ନିଶି ଭୋଗ ର ଆୟୋଜନ କରାଯାଇଛିl ଅନ୍ୟପଟେ ରାତି ସମୟରେ ବନ୍ୟା ଜଳ ଆହୁରି ବଢିବା ଏବଂ ବିଷଧର ସର୍ପ, ବିଛା ଭଳି ଜୀବଜନ୍ତୁ ଙ୍କ ଭୟ ଥିବାରୁ ଗ୍ରାମବାସୀ ସତର୍କ ରହିଛନ୍ତି l

 ସେହିପରି ଧାନ ଜମି ଗୁଡିକ ଜଳ ମଗ୍ନ ହୋଇ ପାଣି ଭିତରେ ବୁଡି ରହିଛି l ତେଣୁ ଚାଷୀ ମନ ରେ ଛନକା ପଶିଛି l ଏଥି ସହିତ ପନିପରିବା ଫନ୍ଦା ଫସଲ ବାଇଗଣ, ପୋଟଳ, ଜହ୍ନି, କଖାରୁ, କଲରା ଆଦି ଗଛ ଗୁଡିକ ପାଣି ଭିତରେ ରହି ପଚି ଶଢ଼ୀ ଯାଇଥିବାରୁ ଚାଷୀ ମୁଣ୍ଡ ରେ ଚଡକ ପଡିଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ସୁଧାର ଆଣି ସରକାରୀ ସାହାଯ୍ୟ ପାଇଁ ସାଧାରଣ ରେ ଦାବି ହୋଇଛି l

ଅଶୋକ କୁମାର ସାଥୁଆ,ଜିଲ୍ଲାପ୍ରତିନିଧି ନୟାଗଡ଼