ଜିଲ୍ଲାସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦଯାପିତ I

ଜିଲ୍ଲାସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦଯାପିତ I

ଜିଲ୍ଲାସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦଯାପିତ I

ଖଣ୍ଡପଡା ୫|୬ (ରଜତ ଦାସ୍) ଖଣ୍ଡପଡ଼ା ବ୍ଲକ ଅଧୀନ ସିଧାମୂଳା ଗ୍ରାମର ପ୍ରଭୁ ଶ୍ରୀଗୋକୁଳାନନ୍ଦଜୀଉଙ୍କ ପୀଠ ପରିସରରେ ଜିଲ୍ଲାସ୍ତରୀୟ ୨ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଗତକାଲି ବୁଧବାର ଠାରୁ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ଶିବିର ଗୁରୁବାର ସଂନ୍ଧ୍ଯାରେ ଉଦଯାପିତ ହୋଇଥିବା ବେଳେ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ କାର୍ଯ୍ୟକର୍ତ୍ତା, ଜନପ୍ରତିନିଧି ଓ ବରିଷ୍ଠ ନେତାମାନେ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିଲେ। ବିଜେପି ସଂଗଠନର ଆଦର୍ଶ, ନୀତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂର୍ପକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ସୂଚନା ମିଳିଛି।ପ୍ରଶିକ୍ଷଣ ଶିବିରରେ ଅନ୍ୟ ମାନଙ୍କ ମଧ୍ଯରେ ମୁଖ୍ୟ ଅତିଥି ଭାବେ ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ ଯୋଗଦେଇ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନ  ଦର୍ଶନ ସଂର୍ପକରେ ଆଲୋକପାତ  କରିବା ସହ ତାଙ୍କରି ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।ସେହିପରି ତୃଣମୂଳସ୍ତରରୁ ଦଳୀୟ ସଂଗଠନକୁ ସୁଦୃଢ କରିବା ଉପରେ ଦଳର ବରିଷ୍ଠ  ନେତାମାନେ କର୍ମୀ,କର୍ମକର୍ତ୍ତା ଓ ସଂଗଠକମାନଙ୍କୁ ଆହ୍ଵାନ ଦେଇଥିଲେ। ଖଣ୍ଡପଡା ବିଧାୟକ ଇଂ.ଦୁଷ୍ମନ୍ତ ସ୍ବାଇଁ,ପୂର୍ବତନ  ସାଂସଦ ତଥା ନୟାଗଡ ରାଣୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ, ବିଜେପି ନେତା ରାଘବ ମଲ୍ଲିକ, ପୂର୍ବତନ ନୟାଗଡ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ଦାଶ, ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ମତ୍ସ୍ୟ ସେଲର ସଭାପତି ମନୋଜ ବେହେରା, ଅନୁସୂଚିତ ଜାତି ମୋର୍ଚ୍ଚା ସଭାନେତ୍ରୀ ମଧୁସ୍ମିତା ବଳିଆର ସିଂ, ଜିଲ୍ଲା ମହିଳା ସଭାନେତ୍ରୀ ଅର୍ଚ୍ଚନା ଦାଶ, ଅଖିଳ କୁମାର ମହାରଣାଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି,ସଭାନେତ୍ରୀ, ସଂପାଦକ ଓ ଜିଲ୍ଲାସ୍ତରୀୟ ଏକାଧିକ ପଦାଧିକାରୀ ଉପସ୍ଥିତ ଥିଲେ। ପ୍ରଶିକ୍ଷଣ ଶିବିର ଆୟୋଜନର ମୁଖ୍ଯ ଲକ୍ଷ୍ଯ ସଂର୍ପକରେ ବରିଷ୍ଠ ନେତୃବୃନ୍ଦ ଆଲୋକପାତ କରିବା ସହ ଶିବିରରେ ଉପସ୍ଥିତ ଥିବା ସମସ୍ତ ସଂଗଠକ ଓ କର୍ମକର୍ତ୍ତାମାନଙ୍କ ମାର୍ଗ ଦର୍ଶନ  କରିଥିଲେ।
ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର