ପଟ୍ଟାମୁଣ୍ଡାଇ ମଡେଲ ଥାନା ତରଫରୁ ନିଶାମୁକ୍ତ ଭାରତ ଅଭିଯାନ ରେ ସାମିଲ ହେଲା ପଟ୍ଟାମୁଣ୍ଡାଇ କଲେଜ।
ଆଜି ପଟ୍ଟାମୁଣ୍ଡାଇ ମଡେଲ ଥାନା ତରଫରୁ ନିଶା ମୁକ୍ତ ଭାରତ ଅଭିଯାନ ରେ ପଟ୍ଟାମୁଣ୍ଡାଇ କଲେଜ ର ଛାତ୍ର ଓ ଛାତ୍ରୀ ମାନେ ଏକ ରାଲି କରି ସହର ପରିକ୍ରମା କରିଥିଲେ ।ନିଶା ମୁକ୍ତ ସ୍ଲୋଗାନ ଦେଇଥିଲେ ।ଏହି ରାଳୀ ରେ ପଟ୍ଟାମୁଣ୍ଡାଇ ମଡେଲ ଥାନା ର ଆଇଆଇସି ମାନସ ରଞ୍ଜନ ମଲ୍ଲିକ ଯୋଗ ଦେବା ସହିତ ପଟ୍ଟାମୁଣ୍ଡାଇ କଲେଜ ର ଅଧ୍ୟାପକ ଓ ଅଧ୍ୟାପିକା ,ପୋଲିସ ଟିମ୍ ମଧ୍ୟ ଯୋଗ ଦେଇ ଥିଲେ।ନିଶା କି ପରି ସମାଜ କୁ କବଳିତ କରିଛି ସମାଜ ର ଯୁବ ପିଢ଼ି କୁ ନଷ୍ଟ କରୁଛି ତାହା ଉଦାହରଣ ଦେଇ ବୁଝାଇ ଥିଲେ ପଟ୍ଟାମୁଣ୍ଡାଇ ମଡେଲ ଥାନା ର ଆଇଆଇସି ମାନସ ରଞ୍ଜନ ମଲ୍ଲିକ।ଯଦି ଗୋଟେ ସୁସ୍ଥ ସମାଜ ଗଠନ ହେବାକୁ ହେଲେ ଆମ ଦେଶ ରେ ପ୍ରଥମ ନିଶା ଠାରୁ ଆମେ ଦୂରେଇ ରହିବା ଦରକାର।ଆଜି କାଲି ଯୁବ ଗୋଷ୍ଠି ନିଶା ଗ୍ରସ୍ତ ହୋଇ ନିଜ ପରିବାର,ସମାଜ ଓ ଦେଶ ର କ୍ଷତି ପହଞ୍ଚାଉଛି ସେଇ ବିଷୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଛାତ୍ର ଓ ଛାତ୍ରୀ ଙ୍କୁ ଉପଦେଶ ଦେଇ ଥିଲେ ସମସ୍ତେ ଆମେ ନିଶା ମୁକ୍ତ ଭାରତ ଗଠନ ରେ ସାମିଲ ହୋଇ ନିଶା କୁ ଦୂରେଇ ଆମ ମାନେ ଏକ ସୁସ୍ଥ ସମାଜ ଗଠନ ରେ ସହାୟକ ହୋଇ ପାରିବା।ଶେଷ ରେ ସମସ୍ତେ ନିଶା ମୁକ୍ତ ସମାଜ ପାଇଁ ଶପଥ ପାଠ କରିଥିଲେ।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
