ବୌଦ୍ଧଜିଲ୍ଲାର ବୌଦ୍ଧ ସହର, ପରଗଳପୁର ଓ ଶ୍ୟାମସୁନ୍ଦରପୁର ବୁଦ୍ଧ କୀର୍ତ୍ତିରାଜି ପରିସର ଖନନ ଜରୁରୀ .

ବୌଦ୍ଧଜିଲ୍ଲାର ବୌଦ୍ଧ ସହର, ପରଗଳପୁର ଓ ଶ୍ୟାମସୁନ୍ଦରପୁର ବୁଦ୍ଧ କୀର୍ତ୍ତିରାଜି ପରିସର ଖନନ ଜରୁରୀ .

ବୌଦ୍ଧଜିଲ୍ଲାର ବୌଦ୍ଧ ସହର, ପରଗଳପୁର ଓ ଶ୍ୟାମସୁନ୍ଦରପୁର ବୁଦ୍ଧ କୀର୍ତ୍ତିରାଜି ପରିସର ଖନନ ଜରୁରୀ .

ବୌଦ୍ଧ : ଗତ ଲୋକସଭା ସମୟରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବୌଦ୍ଧ ର ବୁଦ୍ଧ କୀର୍ତ୍ତିରାଜି ସମ୍ପର୍କରେ ପ୍ରଶ୍ନ ଉପସ୍ଥାପନ କରିଥିଲେ l ଭାରତ ସରକାରଙ୍କ ପ୍ରତ୍ନତାତ୍ବିକ ବିଭାଗ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ଚାରି ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଐତିହାସିକ ସ୍ଥଳ ପରିଦର୍ଶନ କରିଛନ୍ତି l କୀର୍ତ୍ତିରାଜି ପରିସର ଆବଦ୍ଧ ରହିଥିବା ରୁ ଗୁରୁତ୍ବ ପ୍ରଦାନ କରିଥିବା ବେଳେ ମୁଖ୍ୟ ସ୍ତୁପ ଉପରେ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ଦୁଃଖ ପ୍ରକାଶ କରିଥିଲେ l ମହାନଦୀ କୂଳରେ ରହିଥିବାରୁ ଏହାର ମହାନତା ରହିଛି ବୋଲି ମତ ଦେଇଥିଲେ l ବୌଦ୍ଧ ନିକଟସ୍ଥ ଡମ୍ବରୁଗଡ ପାହାଡ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ l ପ୍ରତିନିଧି ମଣ୍ଡଳୀରେ ସୂପରିଟେଣ୍ଡେଣ୍ଟ ଆର୍ କୋଲଜୀ ଡ଼ ପ୍ରସନ୍ନ କୁମାର ଦୀକ୍ଷିତ, ଡେପୁଟି ସୂପରିଟେଣ୍ଡେଣ୍ଟ ଭାଗିରଥି ଗର୍ତ୍ତିଆ, ସର୍କଲ କାର୍ଯ୍ୟାଳୟରୁ ଅରୁଣିମା ପତି ପ୍ରମୁଖ ଆସିଥିଲେ l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ହେଲେ ଖନନ କାର୍ଯ୍ୟକ୍ରମ ହୋଇପାରିବ ଏବଂ ବୌଦ୍ଧ ବିହାରର ଉଦ୍ଭାବନ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି l ପରିଦର୍ଶନ ସମୟରେ ବୁଦ୍ଧ ଜୟନ୍ତୀ କମିଟିର ଆବାହକ ଦେବାଶିଷ ପୁରୋହିତ, ଅଧ୍ୟାପକ ଲଳିତ କୁମାର ମେହେର, ଡ଼ ପ୍ରବୀର କୁମାର ଦାସ, ସଦାନନ୍ଦ ମାହାର, ସଂସ୍କୃତି ଅଧିକାରୀ ଅକ୍ରୁର ଜାନି ପ୍ରମୁଖ ଉପସ୍ଥିତ ରହିଥିଲେ l