ନେତ୍ରମ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ୱଳ୍ପ ମୂଲ୍ୟରେ ଚଷମା ବଣ୍ଟନ।
ନେତ୍ରମ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ୱଳ୍ପ ମୂଲ୍ୟରେ ଚଷମା ବଣ୍ଟନ।
ମଲକାନଗିରି ମାଥିଲି,୦୫,୦୫ (ସମିସ) ନେତ୍ରମ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ୱଳ୍ପ ମୂଲ୍ୟରେ ଚଷମା ବଣ୍ଟନ।ନେତ୍ରମ ପକ୍ଷରୁ ଆଜି ସକାଳ ୦୮ଘଟିକା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟରେ ନେତ୍ରମ ର ଟିଏଲ ଶାନ୍ତିଲତା ନାୟକ,ଜିଭିଟି ଲିଜାରାଣୀ ପରିଡା,ଜିଭିଟି ପାୟଲ ବେହେରା,ଜିଭିଟି ଦେବିଦୁର୍ଗା ନାୟକ ସମେତ କର୍ମଚାରୀ ମାନେ ପହଞ୍ଚିବା ପରେ ଚକ୍ଷୁ ପରୀକ୍ଷା ଶିବିର ଟିକୁ ସଦର ପଞ୍ଚାୟତ ସରପଞ୍ଚ କାନାମ ରାଜୁ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ଓ ସାମାଜିକ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ସାମଲ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।ଏହା ପରେ ନେତ୍ରମ କର୍ମଚାରୀ ମାନେ ପଞ୍ଚାୟତ ଓ ଆଖପାଖ ଅଞ୍ଚଳର ୧୦୦ ରୁ ଉର୍ଦ୍ଧ୍ବ ଚକ୍ଷୁ ପରୀକ୍ଷା କରିବା ପରେ ୬୦ରୁ ଅଧିକ ଚଷମା ସ୍ୱଳ୍ପ ମୂଲ୍ୟରେ ଚଷମା ବଣ୍ଟନ କରିଥିଲେ।ତାହା ସହିତ ୫ବର୍ଷ ରୁ ୯୦ ବର୍ଷ ପର୍ଯ୍ୟନ୍ତ ସବୁ ଲୋକ ଙ୍କ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଥିଲା।ତାହା ସହିତ ୫ବର୍ଷ ରୁ ୧୫ ବର୍ଷ ପର୍ଯନ୍ତ ସ୍କୁଲ ପିଲା ଙ୍କୁ ଫ୍ରୀ ରେ ଚଷମା ବଣ୍ଟନ କରାଯାଇଥିଲା।୧୫ବର୍ଷ ରୁ ୯୦ ବର୍ଷ ପର୍ଯ୍ୟନ୍ତ ଲୋକ ମାନେ ବାହାରୁ ଯୋଉ ଚଷମା ୧୫୦୦, ୨୦୦୦ଟଙ୍କା ରେ କିଣୁ ଥିଲେ ସେଇ ଚଷମାକୁ ଶିବିର ରେ ମାତ୍ର ୨୫୦ ଟଙ୍କା ଓ ୩୦୦ ଟଙ୍କା ରେ ଯୋଗାଇ ଦିଆଯାଇଛି।ଏବଂ ଯେଉଁ ଲୋକ ମାନଙ୍କ ଚକ୍ଷୁରେ ମୋତିଆ ବିନ୍ଦୁ ହେଇଛି ସେମାନଙ୍କୁ ଏକ ସ୍ୱତନ୍ତ୍ର ଭାବରେ ନେତ୍ରମ ତରଫରୁ ମାଗଣା ରେ ଅପେରସନ କରାଯିବା ସହ ମେଡିକାଲ ରେ ରହିବା ଖାଇବା ମେଡିକାଲ ଗାଡିରେ ଆଣିବା ଛାଡିବା ସବୁ କିଛି ମାଗଣା ରେ କରାଯିବ ବୋଲି ନେତ୍ରମ ର ଟିଏଲ ଶାନ୍ତିଲତା ନାୟକ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ତାହା ସହିତ ଚକ୍ଷୁ ହେଉଛି ମଣିଷ ଶରୀର ର ମୂଲ୍ୟବାନ ଅଙ୍ଗ ଚକ୍ଷୁ ଠିକ ଥିଲେ ଆପଣ ମାନେ ଦେଖି ପାରିବେ ଏବଂ ସବୁ କିଛି କାମ କରି ପାରିବେ।ଚକ୍ଷୁ ନଥିଲେ କିଛି କରିପାରିବେ ନାହିଁ । ସେଥିପାଇଁ ନେତ୍ରମ ପକ୍ଷରୁ ଏହିପରି ମହତ୍ତ୍ୱ କାର୍ଯ୍ୟ କରି ଆସୁଛି ବୋଲି ନେତ୍ରମ ର ଜିଭିଟି ଲିଜାରାଣୀ ପରିଡା ସୂଚନା ଦେଇଛନ୍ତି।ଏହି ଶିବିର ରେ ସମସ୍ତ ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ।
ମାଲକାନଗିରି ରୁ ଶିବପ୍ରସାଦ ପରଛା ବିଶେଷ ଖବର.