ନୟାଗଡ ରେ ଶିଶୁ ବିବାହ ପ୍ରତିରୋଧ ପାଇଁ ଜିଲ୍ଲା ଟାସ୍କ ଫୋର୍ସ ବୈଧକ ଅନୁଷ୍ଟିତ

ନୟାଗଡ ରେ ଶିଶୁ ବିବାହ ପ୍ରତିରୋଧ ପାଇଁ ଜିଲ୍ଲା ଟାସ୍କ ଫୋର୍ସ ବୈଧକ ଅନୁଷ୍ଟିତ

ନୟାଗଡ ୬/୫ “A Day for Children” ଅନ୍ତର୍ଗତ ଜିଲ୍ଲା ଟାସ୍କ ଫୋର୍ସ ବୈଠକରେ ଗ୍ରହୀତ ସିଦ୍ଧାନ୍ତ ଅନୁଯାୟୀ ନୟାଗଡ଼ ଜିଲ୍ଲାରେ ଶିଶୁ ବିବାହ ପ୍ରତିରୋଧ ପାଇଁ ନିମ୍ନୋକ୍ତ କାର୍ଯ୍ୟଯୋଜନା ତତ୍କାଳ କାର୍ଯ୍ୟକାରୀ କରାଯିବ। ଶିଶୁ ବିବାହ ସନ୍ଦେହଜନକ ଘଟଣାରେ ଉଦ୍ଧାର କାର୍ଯ୍ୟକ୍ରମ ପୂର୍ବରୁ ଡିସିପିଓ କାର୍ଯ୍ୟାଳୟର ଚାଇଲ୍ଡ ହେଲ୍ପଲାଇନ ସମ୍ପୃକ୍ତ ବ୍ଲକର ଶିଶୁ ବିବାହ ନିଷେଧ ଅଧିକାରୀଙ୍କୁ ଫୋନ ଏବଂ ସରକାରୀ ପତ୍ର ମାଧ୍ୟମରେ ପୂର୍ବରୁ ଅବଗତ କରିବେ। ସମ୍ପୃକ୍ତ ସିଏମପିଓ ଘଟଣା ସମ୍ବନ୍ଧୀୟ ସମସ୍ତ ତଥ୍ୟ, ତଦନ୍ତ ପ୍ରତିବେଦନ ଓ ଆବଶ୍ୟକ ଦଲିଲ ସହ କେସ ଫାଇଲ ପ୍ରସ୍ତୁତ କରି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରେରଣ କରିବେ। ପ୍ରାପ୍ତ ରେକର୍ଡ ଆଧାରରେ ଆଇନ ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ହେବ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ମାସିକ ବୈଠକ ସହ ପଞ୍ଚାୟତ ସ୍ତରୀୟ ଟାସ୍କ ଫୋର୍ସ ବୈଠକ ନିୟମିତ କରାଯିବ। ସିଏମପିଓ, ସରପଞ୍ଚ, ସମିତି ସଭ୍ୟ ଓ ଆଇସିଡିଏସ ସୁପରଭାଇଜର ଏହାର ସମନ୍ୱୟ କରିବେ। ଜିଲ୍ଲାପାଳ, ମଧୁମିତା ରଥ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏଡିଏମ ନୟାଗଡ଼, ରୋଜିନା ଦାସ, ଡିଏସଡବ୍ଲ୍ୟୁଓ, ଜୟଶ୍ରୀ ପଟ୍ଟନାୟକ, ଡିଆଇପିଆରଓ, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ, ଅତିରିକ୍ତ ଏସପି, ସୁବାସ ଚନ୍ଦ୍ର ପଣ୍ଡା,

ପିଓ-କମ୍-ପିଓ ସଞ୍ଜୁଲତା ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

 ଜିଲ୍ଲାର ସମସ୍ତ ଲାଇନ ବିଭାଗର ଅଧିକାରୀମାନେ, ସମସ୍ତ ସିଡପିଓ, ଚାଇଲ୍ଡ ଲାଇନ ର ସଭ୍ୟମାନେ ଉପସ୍ଥିତ ଥିଲେ।

ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର