ପଞ୍ଚାୟତ ପାଲଟିଛି ମନରେଗା କାମରେ ଦୁର୍ନୀତି ର ଗନ୍ତାଘର।

ପଞ୍ଚାୟତ ପାଲଟିଛି ମନରେଗା କାମରେ ଦୁର୍ନୀତି ର ଗନ୍ତାଘର।
ଏମିଭି-୭୯-୨୧/୦୬/୨୫(ସମିସ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ର ବିଭିନ୍ନ ମନରେଗା କାମ କୁ ମେସିନ ଦ୍ବାରା କରାଇ ଅର୍ଥ ହରିଲୁଟ କରୁଛନ୍ତି କିଛି ଅସାଧୁ ଅଫିସର ଓ ପଦ ପଦବି ରେ ଥିବା କିଛି ବ୍ୟକ୍ତି ବିଶେଷ। ସ୍ଥାନୀୟ ଲୋକ ଙ୍କ ନାମ ରେ ମନରେଗା କୋଡ଼ ବାହାର କରି କାମ କୁ ଅପରୁଭ କରାଇ ସେହି କାମ ରେ ଅଫିସର ମାନେ ପାଟନର ରହି ସହଯୋଗ କରି ରାତାରାତି ମେସିନ ଲଗାଇ କାମ ସାରି ଦେଉଛନ୍ତି। ଯାହା ଫଳରେ ସରକାରୀ ଅର୍ଥ ଆତ୍ମସାତ କରିବାକୁ କିଛି ବି ସମସ୍ୟା ଉପୁଜୁ ନାହିଁ। ସେହି ପଞ୍ଚାୟତ ର ପଞ୍ଚାୟତ ଲେବଲ ସରକାରୀ କର୍ମଚାରୀ ଙ୍କୁ ଫୋନ କଲେ ଏମିତି କିଛି ବି କାମ ହୋଇ ନାହିଁ । କି ଆମ ନଲେଜ ରେ ନାହଁ। ସେମିତି କାମ ଯଦି ହୋଇଥାଏ ତଦନ୍ତ ହେବ। ଏଠାରେ ପ୍ରଶ୍ନ କିଏ କରିବ ତଦନ୍ତ ଓ କଣ ବାହାରିବ ଏହାର ଫଳାଫଳ। ବାସ୍ତବତା ଭିନ୍ନ ହେଉଥିବା ବେଳେ ପ୍ରଥମେ ମେସିନ ଲଗାଇ କାମ ସାରିଦେଇ ତାର କିଛି ମାସ ପର ଠାରୁ ଡିମାଣ୍ଡ ଆରମ୍ଭ କରାଯାଏ। ଏହା ଏକ ସହଜ ଓ ଭୟ ମୁକ୍ତ ଭାବେ ସରକାରୀ ଅର୍ଥ ହରିଲୁଟ କରିବାର ସରଳ ରାସ୍ତା। ବିଭିନ୍ନ ସମୟ ରେ କମୁନିଟି କାମ ରେ ଗୋଟିଏ ଫୋଟ ଦେଇ ବାରମ୍ବାର ଏନ.ଏମ.ଏମ.ଏସ କରାଯାଇଛି ଏହା ସରକାରୀ ୱେବ ସାଇଟରେ ମାଧ୍ୟମରେ ପ୍ରମାଣିତ ହୋଇଯାଉଛି। ଟିଗେଲ,୧୧୨ ଓ ୧୧୩ ରେ ମନରେଗା ଯୋଜନାରେ କାମ ହେଇଛି କାମ ର କୋଡ- ୨୪୩୧୦୧୦୦୨୦/IF /୧୧/୧୧୨୦୪୧୮୯, ୨୪୩୧୦୧୦୦୨୦/IF /୧୧୨୦୪୧୯୪,୨୪୩୧୦୧୦୦୨୦/IF /୧୧୨୩୨୭୯୭,୨୪୩୧୦୧୦୦୨୦/IF /୧୧୨୩୨୮୦୩,୨୪୩୧୦୧୦୦୨୦/IF /୧୧/୨୩୨୮୦୯,୨୪୩୧୦୧୦୦୨୦/IF /୧୧/୨୩୨୯୦୩ ଏହା ୧୧୨ଗ୍ରାମର ପଖୋରୀ କାମର କୋଡ଼ ଏହା ସହିତ ୧୧୩ ଗ୍ରାମର କୋଡ -୨୪୩୧୦୧୦୦୨୦/IF /୧୧/୨୩୨୮୬୨,୨୪୩୧୦୧୦୦୨୦/IF /୧୧୨୩୨୮୬୭,୨୪୩୧୦୧୦୦୨୦/IF /୧୧୨୩୨୮୬୯,୨୪୩୧୦୧୦୦୨୦/IF /୧୧/୨୩୨୮୭୧,୨୪୩୧୦୧୦୦୨୦/IF /୧୧୨୩୨୮୭୩,୨୪୩୧୦୧୦୦୨୦/IF /୧୧୨୩୨୮୭୫,୨୪୩୧୦୧୦୦୨୦/IF /୧୧/୭୧ଏହି ଏନ.ଏମ.ଏମ.ଏସ କରିଥିବା ୱେବ ସାଇଟରେ ପ୍ରକାଶିତ।ଏହି କାମ ଫିଲଡ ଚେନାଲ ଟିଗେଲ ରୁ ଏମିଭି ୯୬ ପ୍ରଯନ୍ତ । କୋଡ -୨୪୧୦୧୦୦୨୦/IC/୧୦୬୨୦୨୩୮ଏହି ସବୁ କାମ ସରାସରି ମେସିନ ଲଗାଇ କାର୍ଯ୍ୟ କରାଯାଇଛି। ସେଥି ପାଇଁ ଆମେ ସରା ସରି ଜୈଇ ସାରଙ୍କୁ ଫୋନ୍ ମାଧ୍ୟମରେ ପଚାରି ଥିଲୁ କିନ୍ତୁ ସେମିତି କିଛି ଜବାବ ଆମକୁ ମିଳିନଥିଲା ବର୍ତ୍ତମାନ ସୁଦ୍ଧା ଦେଖିବାକୁ ବାକି ରହିଲା ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ଓ ଏହା କେତେ ଅର୍ଥ ସରକାରୀ ତହଫିଲ କୁ ଫେରୁଛି। ଏହା ସହ ଦୁ୍ନୀତିଗ୍ରସ୍ତ କାର୍ଯ କରୁଥିବା ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର