ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ବହୁଳ ପରିମାଣ ରେ ହେଉ ଥିବା ବିଦ୍ୟୁତ୍ କାଟ କୁ ତୀବ୍ର ନିନ୍ଦା କଲା ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଫୋର୍ସ ।

ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ବହୁଳ ପରିମାଣ ରେ  ହେଉ ଥିବା ବିଦ୍ୟୁତ୍ କାଟ କୁ ତୀବ୍ର ନିନ୍ଦା କଲା ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଫୋର୍ସ ।

ବକ୍ତାରପୁର୍ ଛକ ରୁ ମଦନପୁର ପର୍ଯ୍ୟନ୍ତ ଆଲୋକୀକରଣ କରିବାକୁ ଜିଲ୍ଲାପାଳ ଙ୍କୁ ନିବେଦନ।

 ଭୌଗଳିକ ଦୃଷ୍ଟିକୋଣରୁ ପଟାମୁଣ୍ଡାଇ ସହରରେ ଥିବା ଆଦର୍ଶ ଥାନା ଉପରେ ୩୧ ପଞ୍ଚାୟତ ଓ ୨୦ଟି ୱାଡସମ୍ପୁର୍ଣ୍ଣ ନିର୍ଭରଶୀଳ ଥିଲା ଧୋୟାଁ ଅଞ୍ଚଳ ଭାବେ ପରିଚିତ ୭ଗୋଟି ପଞ୍ଚାୟତର ଜନସାଧାରଣଙ୍କ ସୁବିଧା ପାଇଁ କେନ୍ଦ୍ରାପଡ଼ା ବ୍ଳକର ଚନ୍ଦନ ପୁର ପଞ୍ଚାୟତ ପରିଷରରେ ଥିବା ଚଉଦକୁଲାଟ ଫାଣ୍ଡି ଉପରେ ଧୋୟାଁର ୭ ଗୋଟି ପଞ୍ଚାୟତ ନିର୍ଭରଶୀଳ ,ସେହିଭଳି ଉତିକଣ ର ୧୯ ଗୋଟି ପଞ୍ଚାୟତର ଜନ ସାଧାରଣଙ୍କ ସୁବିଧା ପାଇଁ ଚନ୍ଦନନଗର ପଞ୍ଚାୟତର ବନ୍ତୋ ଆଦର୍ଶ ବିଦ୍ୟାଳୟ ନିକଟରେ ଗ୍ରାମାଞ୍ଚଳ ଥାନା ପ୍ରତିଷ୍ଠା ହୋଇଅଛି . ଏହି ଗ୍ରାମାଞ୍ଚଳ ଥାନା ପଟାମୁଣ୍ଡାଇର ସମୁଖ ରାସ୍ତା ଦେଇ ଭିତର କନିକାକୁ ଶହଶହ ଗାଡିରେ ଦେଶ ତଥା ବିଦେଶର ପର୍ଯ୍ୟଟନଓ ଉତିକଣର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଚନ୍ଦ୍ରମୌଳି ବାବାଙ୍କ ପିଠ ଠାରୁ ଆରମ୍ଭ କରି ପେଣ୍ଠ ବେଳାଭୂମି ବହୁ ପୁରାତର ପଞ୍ଚୁବରାହି ପିଠ ଆରାଧ୍ୟ ଦେବୀ ମାଁ ମାଟିଆ ମଙ୍ଗଳା ଏତହ୍‌ ଭିନ୍ନ ଓଡିଶାର ଅନ୍ୟତମ ସାଧୁ ନାମାଚାର୍ଯ୍ୟ ବାୟାବାବାଙ୍କ ଜନ୍ମସ୍ଥାନ କେରେତା ଗଡ କୁ ଦର୍ଶନ ନିମନ୍ତେ ଏହି ରାସ୍ତା ଦେଇ ଶହ ଶହ ଗାଡିମଟର ଯାଇଥାଏ ଓ ଏହି ରାସ୍ତା ଦେଇ ଶହଶହ ଗାଡିମଟର ଯାଇଥାଏ ,ନଦୀନାଳ ଘେରା ରାସ୍ତାର ସୁରକ୍ଷା ପାଇଁ ଶହଶହ ବୋଝେଇ ଟ୍ରକ ଡ୍ରମ୍ପର ଯାତାୟାତ କରିଥାନ୍ତି ଏହି ରାସ୍ତା ସମ୍ପୁର୍ଣ୍ଣ ନିଛାଟିଆ ହୋଇଥିବାରୁ ଚୋରୀ ଆତଙ୍କର ମଧ୍ୟ ଭୟ ଅନେକଙ୍କାଶରେ ଥିଲା କେବଳ ଗ୍ରାମାଞ୍ଚଳ ଥାନା ପ୍ରତିଷ୍ଠା ଫଳରେ ଅନେକାଶଂରେ କମିଛି ହେଲେ ପଟା ମୁଣ୍ଡାଇରୁ ଭିତର କନିକା ରାସ୍ତା ଭାୟାଁ ମଦନପୁର କଲେଜ ରାସ୍ତାଟି ଆଲୋକିକରଣ ନ ଥିବାରୁ ନାହିଁ ନଥିବା ଅସୁବିଧାର ଜନସାଧାରଣ ଭୋଗୁଛନ୍ତି ଅନ୍ୟ ଏକ ପରିତାପର ବିଷୟ ଉତିକଣ ଅଞ୍ଚଳ କୁ ସଂଯୋଗ କରିଥିବା ଅଢ଼ାଯୋଡି ବିଦ୍ୟୁତ ବିଭାଗଟି ବାରମ୍ବାର ବିଦ୍ୟୁତକଟ୍ ହେବା ଫଳରେ ଗ୍ରାମାଞ୍ଚଳ ଥାନା ସମେତ ଅଞ୍ଚଳର ଜନ ସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଏପରିକି ଅନେକ ଦୁର୍ଘଟଣା ମଧ୍ୟ ହେଉଅଛି ଏଥିପ୍ରତି ବିଭାଗୟ ଅଧିକାରୀ ଦୃଷ୍ଟି ଦେବା ସହିତ ନୂତନ ଥାନା ରେ ବିଦ୍ୟୁତକଟ ପରେ ବ୍ୟାକପ୍ ବ୍ୟବସ୍ଥା ଠପ଼ ଥିବାରୁ ନିଜେ ଗ୍ରାମାଞ୍ଚଳ ଥାନା ଅଧିକାରୀ ପି.କେ କାନୁନଗୋ ଘଣ୍ଟା ଘଣ୍ଟା ଅନ୍ଧକାର ମଧ୍ୟରେ ରହିଥାନ୍ତି ଯାହା ଫଳରେ ଜନସାଧାରଣ ନ୍ୟାୟପାଇଁ ଥାନାକୁ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିଥାଏ ତୁରସ୍ତ ଏହାର ସ୍ଥାୟି ସମାଧାନ କରାଯିବା ସହିତ ପଟାମୁଣ୍ଡାଇ ଭିତରକନିକା ରାସ୍ତାକୁ ଆଲୋକିକରଣ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଶକ୍ତିମନ୍ତ୍ରୀ ସାଂସଦ. ବିଧାୟକ ଜିଲ୍ଲାପାଳ ଙ୍କୁ ନିବେଦନ କରିଛନ୍ତି ଆନ୍ତର୍ଜାତିକ ମାନବାଧିକାର ବାହିନୀ ର ଜିଲ୍ଲା ସଭାପତି ସଞ୍ଜୟ କୁମାର ପଣ୍ଡା ଓ ସମ୍ପାଦକ ବ୍ରଜ ବନ୍ଧୁ ଦାଶ ,।ଯଦି ଆଗାମୀ ଦିନ ରେ ପଟ୍ଟାମୁଣ୍ଡାଇ ବିଦ୍ୟୁତ୍ ବିଭାଗ ପୁଣି ପଟ୍ଟାମୁଣ୍ଡାଇ ଜନସାଧାରଣ ଙ୍କୁ ବିଦ୍ୟୁତ ଯୋଗାଇ ବାରେ ଅସଫଳ ହୁଏ କିମ୍ବା ବିଦ୍ୟୁତ୍ କାଟ ସବୁ ବେଳେ ଜାରି ରଖେ ଆଗାମୀ ଦିନ ରେ ଆନ୍ତର୍ଜାତୀୟ ମାନବଧିକାର ବାହିନୀ ତରଫରୁ ପଟ୍ଟାମୁଣ୍ଡାଇ ବିଦ୍ୟୁତ୍ ଅଫିସ ଆଗରେ ସମସ୍ତ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଫୋର୍ସ ର ସଦସ୍ୟ ଓ ସଦସ୍ୟା ଙ୍କୁ ନେଇ ଅନଶନ କରାଯିବ।

ସଂଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା