ପ୍ରଭାକର ନାୟକଙ୍କ ଶୁଦ୍ଧକ୍ରିୟା ନିମନ୍ତେ ସାହାଯ୍ୟର ହାତ ବଢାଇଲେ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ,
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଗୋପାଳ ପୁର ଗ୍ରାମର ଚନ୍ଦ୍ରମଣି ନାୟକଙ୍କ ପୁଅ ପ୍ରଭାକର ନାୟକ ଆଜକୁ ୯, ଦିନ ହେଲା ସମସ୍ତ ପ୍ରିୟଜନ ମାନଙ୍କୁ ଛାଡ଼ି ଇହଲିଳା ସମ୍ବରଣ କରିଛନ୍ତି, ଅତ୍ୟନ୍ତ ଦୁଃଖୀ ପରିବାର ଟିଏ ପରିବାର କହିଲେ ପତ୍ନୀ ଲକ୍ଷ୍ମୀପ୍ରିୟା ନାୟକ, ୨, ଝିଅ ଓ ୧୦, ବର୍ଷର ଛୋଟ ପୁଅ ଦିବ୍ୟରଞ୍ଜନ ନାୟକ ସାଙ୍ଗକୁ ୭୦, ବର୍ଷୀୟା ବୃଦ୍ଧା ବାପା ଓ ମାଆ, ପରିବାରରେ ଆଉ କେହି ରୋଜଗାର କ୍ଷମ ନାହାନ୍ତି l ଏଭଳି ଦୁଃଖଦ ପରିସ୍ଥିତିରେ ପ୍ରଭାକର ନାୟକଙ୍କ ଶୁଦ୍ଧକର୍ମ କରିବା ପାଇଁ ସମ୍ପୂର୍ଣ ପରିବାର ଅସମର୍ଥ l ଏଭଳି ଏକ ଦୁଃଖଦ ଖବର ଶୁଣିଲା ପରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ପରିବାରର ସଭାପତି ଚନ୍ଦନ କୁମାର ମହାରଣାଙ୍କ ତତ୍ତ୍ଵାବଧାନରେ ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କ ସାହାଯ୍ୟ ସହୋଜୋଗରେ ଆଜି ପ୍ରଭାକର ନାୟକଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କ ବାସଭବନ ନିକଟରେ ପହଞ୍ଚି ପ୍ରଭାକର ନାୟକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ (୫୦୦୦) ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟର ସଭାପତି, ଚନ୍ଦନ କୁମାର ମହାରଣାଙ୍କ ସମେତ, ଶିଶିର କୁମାର ସେଣ, ରଜତ ରଞ୍ଜନ ବେହୁରା, ଅମର କୁମାର ମଲ୍ଲିକ, ଲକ୍ଷ୍ମୀଧର ବେହେରା, ହେମନ୍ତ କୁମାର ଦାସ୍, ନିରାକାର ନାୟକ, ସତ୍ୟବ୍ରତ ଧଳ, ପ୍ରିତମ୍ ମହାରଣା ଉପସ୍ଥିତ ଥିଲେ, ଟ୍ରଷ୍ଟର ଏଭଳି ଏକ ସୁନ୍ଦର୍ କାର୍ଯ୍ୟକ୍ରମ ଦେଖି ସ୍ଥାନୀୟ ଗ୍ରାମବାସୀ ବୃନ୍ଦ ମାନେ ଉକ୍ତ ଟ୍ରଷ୍ଟଙ୍କୁ ଭୂରି, ଭୂରି ପ୍ରଶଂସା କରିଥିଲେ l
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
