ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ନବୀନ ଓ ରାହୁଲ ଗାନ୍ଧୀ ଙ୍କ କୁଶପୁଳିକା ଦାହ I

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ନବୀନ ଓ ରାହୁଲ ଗାନ୍ଧୀ ଙ୍କ କୁଶପୁଳିକା ଦାହ I

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ନବୀନ ଓ ରାହୁଲ ଗାନ୍ଧୀ ଙ୍କ କୁଶପୁଳିକା ଦାହ

ବୌଦ୍ଧ :୨୯/୭(ନିପ୍ର) ରାଜ୍ୟ ବିଜେପିର ନିଷ୍ପତ୍ତି କ୍ରମେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ବୌଦ୍ଧ ଏନ ଏ ସି  ବାଘଗୁଡା ଛକରେ ଜିଲ୍ଲା ସଭାପତି ଶ୍ରୀ ପ୍ରେମାନନ୍ଦ ମିଶ୍ରଙ୍କ ନେତୃତ୍ୱରେ  , ନାରୀ ଧର୍ଷଣକାରୀ ବିଜେଡି ଓ କଂଗ୍ରେସ ଦଳର ବିଗତ ଦିନର ଇତିହାସ ଯାହା ଅଞ୍ଜନା ମିଶ୍ର ଠାରୁ ଆରମ୍ଭ ହୋଇ ଛବିରାଣୀ ହତ୍ୟାକାଣ୍ଡ,  ମାଧବୀଲତା ହତ୍ୟାକାଣ୍ଡ,  ନୈନା ସାହାଣୀ ହତ୍ୟାକାଣ୍ଡ , ବର୍ତ୍ତମାନର୍ ଉଦିତ ପ୍ରଧାନ ଓ ଅମରେସ ଜେନାଙ୍କ ନାରୀ ଜାତି ପ୍ରତି ଅବମାନନାକୁ ନେଇ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଆଜି ନଗର ମଣ୍ଡଳ ବୌଦ୍ଧ ବାବୁ ସହି ଠାରୁ ଏକ ଶୋଭାଯାତ୍ରା ବାହାରି  ବାଘଗୁଡା ଛକରେ ଏକ ପ୍ରତିବାଦ ସୋଭା ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରର ବିରୋଧୀ ଦଳ ନେତା ରହୁଲ୍ ଗାନ୍ଧୀଙ୍କ  କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ  କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ   ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଆଜିର ସମସ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ସଚିଦାନନ୍ଦ ଦଲାଲ୍, ଯୁବ ମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ, ବର୍ତ୍ତମାନ ଜିଲ୍ଲା ଉପ ସଭାପତି ଶ୍ୟାମସୁନ୍ଦର ପୁରହିତ, ନାରୀ ନେତ୍ରୀ କଲ୍ୟାଣୀ ମିଶ୍ର , ରାଜକୁମାର୍ ମେହେର , ଶିବ ନାରାୟଣ ଚାଉଳିଆ , ମାଗୁଣି ଗାଈଗୌରିଆ , ଗାହେନ୍ଦ୍ର ସାହୁ , ବଲ୍ମିକି ମହାକୁଡ, ସୁନୀଲ ଖେତୀ, ମନରଞ୍ଜନ୍ ଦାଶ ,ଜଜାତି ପ୍ରଧାନ, ସୂର୍ଯ୍ୟ ମହାପାତ୍ର , ଶେଷଦେବ ଛନ୍ଦ ,ସୁଶାନ୍ତ ବାଘ, ସମସ୍ତ ମଣ୍ଡଳ ସଭାପତି, ପ୍ରକାଶ ସାହୁ ପ୍ରଭୁତି ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।