ମାନସିକ ରୋଗୀ କୁ ପିଲାଚୋର ସନ୍ଧେହ ରେ ଗୁଜବ.

ମାନସିକ ରୋଗୀ କୁ ପିଲାଚୋର ସନ୍ଧେହ ରେ ଗୁଜବ.

ମାନସିକ ରୋଗୀ କୁ ପିଲାଚୋର ସନ୍ଧେହ ରେ ଗୁଜବ ବୌଦ୍ଧ୦୮/୬(ରବିନ୍ଦ୍ର ପଟ୍ଟନାୟକ)ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅଞ୍ଚଳରେ ଏକ ମାନସିକ ରୋଗୀ ବହୁ ଦିନ ହେବ ବିଭିନ୍ନ ଗ୍ରାମ ବୁଲୁଥିଲା l କେତେକ ଗ୍ରାମରେ ଏହି ମାନସିକ ରୋଗୀଙ୍କୁ ଲୋକ ଖାଇବା ପିଉବା ପାଇଁ ଦେଉଥିଲେ l ଗତକାଲି ଡ଼ିମିରିଖୋଲ ଗ୍ରାମରେ ଏହି ମାନସିକ ରୋଗୀ ବୁଲୁଥିବା ଦେଖି କିଛି ବ୍ୟକ୍ତି ସନ୍ଦେହରେ ଛୁଆ ଚୋର ଭାବି ନିସ୍ତୁକ ମାଡ଼ ମାରିଥିଲେ l ଏନେଇ ବଘିଆପଡା ପୋଲିସକୁ ସୂଚନା ଦେଇଥିଲେ l ବଘିଆପଡା ପୋଲିସକୁ ମାନସିକ ରୋଗୀର ଫୋଟୋ ଦେଲା ପରେ ଜଣା ପଡିଲା ଏହା ଚୋର ନୁହେଁ l ଏହା ଏକ ମାନସିକ ରୋଗୀ ବୋଲି ଗ୍ରାମବାସୀ ଜାଣିବାକୁ ପାଇଲେ l ଶେଷରେ ତାକୁ ଗାଁ ଲୋକେ ଖାଇବା ପିଇବା ଦେବା ସହ ଛାଡି ଦେଇଥିଲେ l ଏହା ଛୁଆ ଚୋର ବୋଲି ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ ମିଥ୍ୟା ଖବର ଗୁଜବ ଘୁରି ବୁଲି ଥିବା ବେଳେ ଏଥିରେ ନପଢି ମାନସିକ ବିକୃତ ରୋଗୀ ବୋଲି ବଘିଆପଡା ପୋଲିସ ଲୋକଙ୍କୁ ସଚେତନ କରିଥିବା ବୌଦ୍ଧ ଥାନା ଅଧିକାରୀ ଓ ବଘିଆପଡା ଫାଣ୍ଡି ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣା ପଡିଛି