ମାଲକାନଗିରି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତରଫରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ମାଲକାନଗିରି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତରଫରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ମାଲକାନଗିରି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତରଫରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ମାଲକାନଗିରି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାଲକାନଗିରି ତରଫରୁ ଆଜି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଉପଲକ୍ଷେ ବିଶେଷଜ୍ଞ ମାନଙ୍କୁ ନେଇ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଦୋଳମଣୀ ପ୍ରଧାନ ଙ୍କ ଉପସ୍ଥିତି ରେୱାର୍ଡ କାଉନସିଲର ଦିପ୍ତିମୟୀ ବେହେରା ଓ ସାଂସଦ ପ୍ରତିନିଧି ସଞ୍ଜୟ ସରକାର କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ସକାଳ ୮ ଘଣ୍ଟା ରୁ ଆରମ୍ଭ ହୋଇ ୧ .୩୦ ପର୍ଯ୍ୟନ୍ତ ଚାଲୁ ରହିଥିଲା l ପ୍ରାୟ ୨୪୫ ରୁ ଅଧିକ ମହିଳା ମାନଙ୍କର ରକ୍ତଚାପ, ମଧୁମେହ, ହିମୋଗ୍ଲୋବିନ ,ସିକଲସଲ, ଯକ୍ଷ୍ମା ପରି ବିଭିନ୍ନ ରୋଗ ର ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା l ବିଶେଷଜ୍ଞ ମାନଙ୍କ ମଧ୍ୟରେ ଡା.ସୁରମା କୁମାରୀ ବେହେରା , ଡା. ସନ୍ତୋଷ କୁମାର ମିଶ୍ର , ଡା ଅଵିଦ ହୁସେନ, ଡା.ସପନ କୁମାର ଦିଣ୍ଡା ,ଡା ନିହାର ରଞ୍ଜନ ପ୍ରହରାଜ , ଡ଼ା ପ୍ରଫୁଲ୍ଲ କୁମାର ବେହେରା, ଡା ଅଭିଷେକ ମିଶ୍ର ପ୍ରଭୁତି ଉପସ୍ଥିତ ରହି ରୋଗୀ ମାନଙ୍କୁ ଚିକିତ୍ସା ପ୍ରଦାନ କରିଥିଲେ l ଏହି ଅଭିଯାନ ଆସନ୍ତା ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଦିଲୀପ କୁମାର ନନ୍ଦ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଘଡେଇ ବି ଏସ ସି ନର୍ସିଙ୍ଗ କଲେଜ ଓ ସତ୍ୟନାରାୟଣ ନର୍ସିଙ୍ଗ କଲେଜ ର ଛାତ୍ରୀମାନେ , କାଇରୋଳୀନ ଦୀକ୍ଷିତ ,ରମ୍ଭା କିରସାନି,ଧନୀତା ଖିଲ,ଉମା ମହେଶ୍ୱର ରାଓ ,ସନ୍ତୋଷ କୁମାର ପତି ବନ୍ଦନା ପରିଡା ,ନିରୁପମା ପରିଡା ,କନକ ପ୍ରଭା ସାହୁ ,ଯୋଗେଶ୍ୱରୀ ମାଢି ,ଗାୟତ୍ରୀ ବେହେରା, ଲିପିକା ତୁରୁକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି