ସ୍ଵାଧିନତା ସଂଗ୍ରାମୀଙ୍କୁ ଏକଜୁଟ କରିବା ପାଇଁ। ୧୯୪୨ ମସିହା ଅଗଷ୍ଟ ୨୧ ତାରିଖ ଶୁକ୍ରବାର ଦିନ ମାଥିଲି ଗୁଳିକାଣ୍ଡ ସମୟରେ ସହିଦ ଲକ୍ଷ୍ମଣ ନାୟକ ଇଂରେଜ ମାନଙ୍କ ପୋଲିସ ଦ୍ୱାରା ଗିରଫ .

ସ୍ଵାଧିନତା ସଂଗ୍ରାମୀଙ୍କୁ ଏକଜୁଟ କରିବା ପାଇଁ। ୧୯୪୨ ମସିହା ଅଗଷ୍ଟ ୨୧ ତାରିଖ ଶୁକ୍ରବାର ଦିନ ମାଥିଲି ଗୁଳିକାଣ୍ଡ ସମୟରେ ସହିଦ ଲକ୍ଷ୍ମଣ ନାୟକ ଇଂରେଜ ମାନଙ୍କ ପୋଲିସ ଦ୍ୱାରା ଗିରଫ .

ମାଲକାନଗିର ମାଥିଲି, ୩୧,୦୫  କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ତେନ୍ତୁଳିଗୁମ୍ମା ଗାଁ ଯେଉଁ ଗାଁରେ ୧୮୯୯ ମସିହା ନଭେମ୍ବର ମାସ ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସ୍ଵାଧିନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକ। ଏବଂ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ କୋରାପାଲ୍ଲୀ ଗାଁରେ ଥିଲେ ସହିଦ ଲକ୍ଷ୍ମଣ ନାୟକଙ୍କର ପୁରୁଣା ସମ୍ପର୍କୀୟ।ଇଂରେଜମାନଙ୍କ ମାନଙ୍କ ହାତରୁ ଦେଶକୁ ସ୍ଵାଧିନ କରିବା ପାଇଁ ମାଥିଲି ଯିବା ଆସିବା କରିବା ସମୟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ କୋରାପାଲ୍ଲୀ ଗାଁରେ ରହଣି କାଳରେ ବହୁ ପ୍ରକାର ସାହାଯ୍ୟ ଓ ସହଯୋଗ ମିଳି ଥିଲା।
କୁହଯାଏ- ଶହୀଦ ଲକ୍ଷ୍ମଣ ନାୟକ କୋରାପାଲ୍ଲୀ ଠାରେ ଗାଁ ନାୟକଙ୍କ ଘରେ କିଛି ସମୟ ରହି କେବଳ ମାଣ୍ଡିଆ ପେଜ ଭୋଜନ ପରେ ଚାଲି ଯାଉଥିଲେ ସ୍ଵାଧିନତା ସଂଗ୍ରାମୀଙ୍କୁ ଏକଜୁଟ କରିବା ପାଇଁ। ୧୯୪୨ ମସିହା ଅଗଷ୍ଟ ୨୧ ତାରିଖ ଶୁକ୍ରବାର ଦିନ ମାଥିଲି ଗୁଳିକାଣ୍ଡ ସମୟରେ ସହିଦ ଲକ୍ଷ୍ମଣ ନାୟକ ଇଂରେଜ ମାନଙ୍କ ପୋଲିସ ଦ୍ୱାରା ଗିରଫ ପରେ କିଛି ମାସ ଜେଲରେ ରହିବା ପରେ ବ୍ରିଟିଶ ସରକାରଙ୍କ କୋର୍ଟ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ଫାଶୀ ଦଣ୍ଡାଦେଶରେ ବ୍ରହ୍ମପୁର ସ୍ଥିତ ଜେଲରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। କିନ୍ତୁ ସହିଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ପରେ ମଧ୍ୟ କୋରାପଲ୍ଲୀ ଓ ତେନ୍ତୁଳିଗୁମ୍ମା ମଧ୍ୟରେ ଦୁଇ ଗାଁ ଦୁରେଇ ଯାଇ ନ ଥିଲେ। ଭଲ ମନ୍ଦରେ ସହଯୋଗ ଲାଗି ରହିଥିଲା। ଏବଂ ପୂର୍ବ ପୁରୁଷଙ୍କ ଠାରୁ ଚାଲି ଆସିଥିବା ସହଯୋଗ ସମ୍ପର୍କର ପରମ୍ପରାକୁ ଗାଁ ଲୋକେ ମାନେ ମାପସାଦ (ମୈତ୍ର) ନାମ ଦେଇଥିଲେ।ଏହା କେଉଁ ଆବାହମାନ କାଳରୁ ଚାଲି ଆସିଛି ମାପସାଦ (ମୈତ୍ର) । ଏହି ମୈତ୍ର ମିଳନ ଚୈତ୍ର ମାସର ଆଦିବାସୀ ମାନଙ୍କ ଚୈତ୍ର ପର୍ବ ପାଳନର ପରେ ପରେ ସମୟ ଓ ସୁବିଧା ଦେଖି ସାରାସାରି (ସରାସରି) ପାଇଁ ଦୁଇଟି ଗାଁର ଭଦ୍ର ଲୋକମାନେ ବସି କଥା ହୁଅନ୍ତି ଏକତ୍ରିତ ହେବା ପାଇଁ।ପରି ଶେଷରେ ଦୁଇ ଗ୍ରାମ ମଧ୍ୟରେ ଭଦ୍ର ଲୋକଙ୍କ ସହମତିରେ ତାରିଖ ସ୍ଥିର କରାଯାଏ ଏବଂ ଗାଁର ଆବାଳବୃଦ୍ଧବନିତା ଡାକରା ଆସିଥିବା ଗାଁକୁ ଯାଇଥାନ୍ତି । ଏହାକୁ କୁହଯାଏ "ମାପସାଦ" (ମୈତ୍ର ମିଳନ)। ଦୁଇ ବା ତିନି ଦିନ ରହଣି କାଳରେ ଆସିଥିବା ଲୋକଙ୍କୁ ଅତି ଉତ୍ତମ ବ୍ୟବହାର ସହ ଅତି ଆନନ୍ଦର ବ୍ୟଞ୍ଜନ ଖାଇବା ପାଇଁ ପରସି ଦିଅନ୍ତି ଗାଁ ଲୋକେ ।
ସାରାସାରିରେ ପୂର୍ବେ ମଦ୍ୟପାନ, ଲିଆ, (ଧାନ ମୁଡ଼ି), ଚୁଡ଼ା, ଗୁଡ଼, କଦଳୀ ସହ ଶାକାହାରୀ ବ୍ୟଞ୍ଜନ ବଣ୍ଟନ କରିବାର ବିଧି ବ୍ୟବସ୍ଥା ଥିଲା । କ୍ରମଶଃ ଆଧୁନିକତାରେ ପରିବର୍ତ୍ତନ ହୋଇ ଚୁଡ଼ା, ଲିଆ (ମୁଡ଼ି) ଓ କଦଳୀରେ ସାରାସାରି ସମାପ୍ତ ହେଉଛି ବର୍ତ୍ତମାନ।ପୁରୁଣା ଓ ଆଧୁନିକ ପ୍ରଥା ଏବଂ ପରମ୍ପରା ଅନୁସାରେ ଆଦିବାସୀ ମାନଙ୍କ ଢେମସା ନାଚ ଗୀତ ସହ ଅନେକ ବାଦ୍ୟ ପରିବେଷଣ କରି ମାପସାଦ ଗାଁର ଲୋକ ମାନଙ୍କୁ ମୃଦୁ ପାନୀୟ ପ୍ରଦାନ କରିଥାନ୍ତି ଗାଁ ଲୋକେ।ନିୟମ ସେମିତି କଠୋରତା ନ ଥିଲେ ବି ଉଭୟେ ଗାଁ ଲୋକ ଗୋଟିଏ ପରିବାର ।
ସମ୍ପର୍କରେ ଅନ୍ୟ କିଛି ଡାକୁଥିଲେ ବି ମାପସାଦ ଅର୍ଥରେ ସମସ୍ତେ ଭାଇ-ଭଉଣୀ ଏପରି ନିଆରା ପରମ୍ପରା ସତରେ ଏକ ଭିନ୍ନ ଏକ ପରମ୍ପରା ଆଜିର ସମାଜ ପାଇଁ ଏକ ଉଦାହରଣ ବୋଲି ଆମେ କହି ପରିବା 
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର