ସାମାନ୍ୟ ବର୍ଷାରେ ମାଥିଲି ଅଞ୍ଚଳର ରାସ୍ତାରେ କୁଢ଼ କୁଢ଼ ଅଳିଆ ଆବର୍ଜନା।

ସାମାନ୍ୟ ବର୍ଷାରେ ମାଥିଲି ଅଞ୍ଚଳର ରାସ୍ତାରେ କୁଢ଼ କୁଢ଼ ଅଳିଆ ଆବର୍ଜନା।
ମାଥିଲି,୨୩,୦୬ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତ ର ସଦର ଠାରୁ ଆରମ୍ଭ କରି ଗାଁ ଗୁଡିକ ରାସ୍ତା ଉପରେ କୁଢ଼ କୁଢ଼ ଅଳିଆ ଆବର୍ଜନା।ପୂର୍ବରୁ ମାଥିଲି ଅଞ୍ଚଳର ନାଳ ନର୍ଦମା ସଫା କରିବା ପାଇଁ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନ ନିକଟରେ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଗୁହାରି କରିବା ସହିତ ବହୁବାର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଛି। କିନ୍ତୁ ଖବର ପ୍ରକାଶ ପରେ ଅଧିକାରୀ ମାନେ ନାଳ ନର୍ଦମା ଗୁଡିକ ଅନୁଧ୍ୟାନ କରିବା ଛଡା କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଆଜି ସାମାନ୍ୟ ବର୍ଷା ପାଣିରେ ମାଥିଲି ଅଞ୍ଚଳର ନାଳ ନର୍ଦମା ଗୁଡିକ ରେ ବର୍ଷା ପାଣି ଭର୍ତ୍ତି ହୋଇ ଥିବା କାରଣରୁ ନାଳ ନର୍ଦମାରେ ଥିବା ଅଳିଆ ଆବର୍ଜନା ଏବେ ରାସ୍ତା ଉପରେ। ଏବେ ମାଥିଲି ସଦର ଗାଁର ରାସ୍ତାରେ ଚାଲିବା ସମ୍ଭବ ହେଉନାହିଁ।ନାଳ ନର୍ଦମାର ଅଳିଆ ଆବର୍ଜନା ରାସ୍ତା ଉପରେ କୁଢ଼ କୁଢ଼ ଅଳିଆର ଦୁର୍ଗନ୍ଧ ରେ ନାକ ଫାଟି ପଢୁଛି। ଏବେ ବର୍ଷା ମୌସମ ଚାଲିଛି ଅଳିଆ ଆବର୍ଜନା ଦୁର୍ଗନ୍ଧ ରେ ମଶା ଙ୍କ ଉପଦ୍ରବ ବଢି ବଢି ଚାଲିଛି। ଯଦି ଏହାକୁ ସଫା ନକରି ଏହିପରି ପଡି ରହିବ ତାହେଲେ ଆଗକୁ ମ୍ୟାଲେରିଆ, ଡେଙ୍ଗୁ, ଚିକେନ୍ଗୁନିଆ ପରି ଅନେକ ରୋଗର ଶିକାର ହେବ ବୋଲି ଆଶଙ୍କା ରହିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ଅନେକ ଜିଲ୍ଲାରେ ଏବେ କଲରା ଭୁତାଣୁ ବ୍ୟାପିବାରେ ଲାଗିଛି। ଯଦି ଏହିପରି ଅବସ୍ଥାରେ କୁଢ଼ କୁଢ଼ ଅଳିଆ ଆବର୍ଜନା ରାସ୍ତାରେ ପଡି ରହେ ତାହେଲେ ଆଗକୁ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇ ଅସମ୍ଭାଳ ହୋଇପାରେ ବୋଲି ବହୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ତୁରନ୍ତ ରାସ୍ତାରେ ଥିବା ଅଳିଆ ଆବର୍ଜନା ସଫା କରିବା ସହିତ ମାଥିଲି ଅଞ୍ଚଳକୁ ପରିଷ୍କାର ଓ ସୁସ୍ଥ ସମାଜ ଗଠନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର