ସର୍ବାଧିକ ନମ୍ବର ରଖି ଜିଲ୍ଲା ପାଇଁ ଆଣିଲେ ଗୌରବ ।
ସର୍ବାଧିକ ନମ୍ବର ରଖି ଜିଲ୍ଲା ପାଇଁ ଆଣିଲେ ଗୌରବ ।
ନୟାଗଡ଼ ପ୍ରକାଶ ପାଇଛି ଦଶମ ଶ୍ରେଣୀ ପରୀକ୍ଷା ଫଳ । ନୟାଗଡ଼ ଜିଲ୍ଲାରେ ପାସ ୯୬.୨୧ ପ୍ରତିଶତ ହୋଇଛି । ନୟାଗଡ଼ ସହର ଖଣ୍ଡପଡା ରୋଡ ମହାବୀର ଲେନର ଆଡଭୋକେଟ ସୁରେଶ କୁମାର ପ୍ରଧାନଙ୍କ ପୁତ୍ର ଆଶିଷ କୁମାର ପ୍ରଧାନ ଜିଲ୍ଲା ଟପ୍ପର ହୋଇ ୬୦୦ ରୁ ୫୭୩ ନମ୍ବର ରଖିଛନ୍ତି । ଆଶିଷଙ୍କ ଘର ନୟାଗଡ଼ ବ୍ଲକ ଶରଧାପୁର ଗ୍ରାମରେ ହୋଇଥିବାବେଳେ ସେ ନୟାଗଡ ସହରରେ ରହି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରେ ପାଠ ପଢୁଥିଲେ । ନୟାଗଡ଼ ସହର ନୂଆ ରାଜବାଟୀ ରୋଡ ଶ୍ରୀଅରବିନ୍ଦ ସ୍କୁଲର ଅଂଶୁମାନ ନନ୍ଦ ୫୬୫ ନମ୍ବର ରଖି ଜିଲ୍ଲାରେ ୨ୟ ସ୍ଥାନରେ ରହିଛନ୍ତି । ଅଂଶୁମାନଙ୍କର ଘର ନୟାଗଡ଼ ବ୍ଲକର ବରପଲ୍ଲୀ ଗ୍ରାମରେ । ଅନ୍ୟପକ୍ଷେ ଦଶପଲ୍ଲା ହାଇସ୍କୁଲର ପ୍ରାଚୀ ମହାପାତ୍ର ଜିଲ୍ଲାରେ ତୃତୀୟ ସ୍ଥାନରେ ଅଛନ୍ତି । ପ୍ରାଚୀଙ୍କ ଘର ନୂଆଗାଁ ବ୍ଲକର କୋରଡ଼ା ଗ୍ରାମ ହୋଇଥିବାବେଳେ ଦଶପଲ୍ଲା ସହର କୃଷ୍ଣଚନ୍ଦ୍ରପୁର ପାଟଣାରେ ରହୁଛନ୍ତି । ଜିଲ୍ଲାରେ ୪୪ ଜଣ ଏ ୱାନ ପାଇଥିବା ଜଣାପଡିଛି । ୪୪ ଏ ୱାନଙ୍କ ମଧ୍ୟରୁ ପ୍ରଥମ ୨ୟ ଓ ୩ୟ କୁ ଛାଡି ଦେଲେ କ୍ରିଶାଦପୁର ଆଞ୍ଚଳିକ ହାଇସ୍କୁଲର ପୁଷ୍ପାଞ୍ଜଳୀ କୁଣ୍ଡ, କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ଗଣିଆର ସନ୍ଦିପ କୁମାର ସାହୁ, ନୟାଗଡ଼ ଏନଏସି ହାଇସ୍କୁଲର ପିଙ୍କି କୁମାର ସିଂ ରଣପୁର ବିସି ହାଇସ୍କୁଲର ଆଦିତ୍ୟ ପ୍ରସାଦ ପତି, ସରସ୍ଵତୀ ବିଦ୍ୟାମନ୍ଦିର ନୟାଗଡ଼ର ଚର୍ଚ୍ଚିତ ଆହ୍ବାନ ପ୍ରଧାନ ଓ ସୋହନ ପଣ୍ଡା ।
ନୟାଗଡ଼ରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର ।