ପୂର୍ବତନ ସରପଞ୍ଚଙ୍କ ସ୍ମୃତିଚାରଣ ସଭା

ପୂର୍ବତନ ସରପଞ୍ଚଙ୍କ ସ୍ମୃତିଚାରଣ ସଭା

ଖଣ୍ଡପଡ଼ା ୭|୪ 

ଖଣ୍ଡପଡ଼ା ବ୍ଲକ ଅଧୀନ ବେଣାଗାଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଉର୍ବଶି ଆଚାର୍ଯ୍ଯଙ୍କ ପରଲୋକର ସ୍ଥାନୀୟ ଅଞ୍ଚଳରେ ଶୋକପ୍ରକାଶ ପାଇଥିବା ବେଳେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ତେନ୍ତୁଳିଆପଲ୍ଲୀ ଗ୍ରାମରେ ଦ୍ବାଦଶାହ ତିଥିରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ଯ ଅତିଥି ରୁପେ ଯୋଗଦେଇ ସ୍ବର୍ଗତା ଆଚାର୍ଯ୍ଯଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ସରପଞ୍ଚ ଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ସମଗ୍ର ବେଣାଗାଡିଆ ପଞ୍ଚାୟତର ଉନ୍ନତିକଳ୍ପେ ସେ କରିଯାଇଥିବା ଅନେକ ଉନ୍ନୟନମୂଳକ କାର୍ଯ୍ୟ ଜନମାନସରେ ସବୁଦିନ ପାଇଁ ତାଙ୍କୁ ଚିର ସ୍ମରଣୀୟ କରି ରଖିବ ବୋଲି ସ୍ମୃତିଚାରଣ ସଭାରେ ମତ ପ୍ରକାଶ ପାଇଥିଲା।

ବେଣାଗାଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ମହେଶ୍ବର ଆଚାର୍ଯ୍ଯ କାର୍ଯ୍ଯକ୍ରମରେ ପୌରହିତ୍ଯ କରିଥିଲେ।ସ୍ମୃତିଚାରଣ ସଭାରେ ଅନ୍ଯ ମାନଙ୍କ ମଧ୍ୟରେ ବେଣାଗାଡିଆ ପଞ୍ଚାୟତର ସରପଞ୍ଚ ବଳରାମ ମଲ୍ଲିକ,ସମାଜସେବୀ ଅଖିଳ କୁମାର ମହାରଣା, ତେନ୍ତୁଳିଆପଲ୍ଲୀ ଗ୍ରାମର ସଭାପତି ବିରଞ୍ଚିନାରାୟଣ ନାୟକ, ସଂପାଦକ ଜଗନ୍ନାଥ ଚୌଧୁରୀ, ଓ୍ବାର୍ଡ ସଭ୍ଯ ଜଗନ୍ନାଥ ଆଚାର୍ଯ୍ଯ,ଭିକାରୀ ସ୍ବାଇଁ,ଭ୍ରମରବର ସ୍ବାଇଁଙ୍କ ସମେତ ଆଖପାଖ ଅଞ୍ଚଳରୁ ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ପରିଶେଷରେ ଭଜନକୀର୍ତ୍ତନ ପରିବେଷଣ କରାଯାଇଥିଲା।

ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର