ଏସ୍‌ସିବି ମେଡିକାଲ୍‌ରେ ହଇଚଇ: ଅସହାୟ ମହିଳାଙ୍କ ୧୪ ଶିଶୁ ବିକ୍ରି!

ଏସ୍‌ସିବି ମେଡିକାଲ୍‌ରେ ହଇଚଇ: ଅସହାୟ ମହିଳାଙ୍କ ୧୪ ଶିଶୁ ବିକ୍ରି!

*କଟକ: କଟକ ବଡ଼ ଡାକ୍ତରଖାନାରେ ଗଲା ୬ ବର୍ଷ ଭିତରେ ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ୧୬ ଜଣ ଅସହାୟ ତଥା ମାନସିକ ବିକାରଗ୍ରସ୍ତ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅବଶିଷ୍ଟ ୧୪ଜଣ ଶିଶୁଙ୍କ ପତ୍ତା ମିଳୁନାହିଁ। ଯେଉଁ ସାମାଜିକ ସଂଗଠନ ବା ବ୍ୟକ୍ତିବିଶେଷ ଏହି ଅସହାୟ ମହିଳାଙ୍କୁ ରାସ୍ତାରୁ କିମ୍ବା ବିଭିନ୍ନ ସ୍ଥାନରୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସେମାନଙ୍କ ହାତରେ ଏହି ନବଜାତ ଶିଶୁଙ୍କୁ ଟେକି ଦିଆଯାଇଛି। ଏଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ ହୋଇଥିବା ବେଳେ ଏବେ ଏହି ଶିଶୁଙ୍କର କୌଣସି ଖୋଜଖବର ନାହିଁ। ଏଭଳି ତଥ୍ୟ ସୂଚନା ଅଧିକାର ଆଇନ ବଳରେ ସାମନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ଶିଶୁଙ୍କୁ ବିକ୍ରି କରାଯାଇଥିବା ସନ୍ଦେହ କରାଯାଉଛି।*