କୌଣସି ଘରୋଇ ସଂସ୍ଥା କେନ୍ଦୁପତ୍ର କିଣି ପାରିବେ ନାହିଁ ।
କୌଣସି ଘରୋଇ ସଂସ୍ଥା କେନ୍ଦୁପତ୍ର କିଣି ପାରିବେ ନାହିଁ ।
ମାଲକାନଗିରି, ତା:- ୨୨/୦୪ ୨୦୨୫ (ଶିବପ୍ରସାଦ ପରିଛା ବିଶେଷ ଖବର)
ମାଲାକନଗିରି ଜିଲାରେ ବିଗତ ୧୦ ବର୍ଷଧରି କେତେକ ଘରୋଇ ସଂସ୍ଥାକୁ କେନ୍ଦୁପତ୍ର ଖରିଦ କରିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ । ଫଳରେ କେନ୍ଦୁପତ୍ର ବିଭାଗ ଏବଂ ଘରୋଇ – ସଂସ୍ଥାଗୁଡିକ ବିଭିନ୍ନ ଅଞ୍ଚଳରୁ ପଞ୍ଚାୟତ ମାଧ୍ୟମରେ କେନ୍ଦୁପତ୍ର ସଂଗ୍ରହ କରିଥିଲେ । କିନ୍ତୁ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ରାଜ୍ୟ ସରକାର ଦେଉଥିବା ପ୍ରୋତ୍ସାହନଗୁଡିକ ଘରୋଇ ସଂସ୍ଥା ଦେଉ ନ ଥିବାରୁ ଏହାକୁ ନେଇ ଅନେକ ସମୟରେ ଘରୋଇ ସଂସ୍ଥାକୁ ବିକ୍ରି କରୁଥିବା ତୋଳାଳୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଚଳିତ ବର୍ଷ ରାଜ୍ୟ ସରକାର ଘରୋଇ ସଂସ୍ଥାକୁ କନ୍ଦୁପତ୍ର ସଂଗ୍ରହ ପାଇଁ ଅନୁମତି ଦେଇ ନ ଥିବା ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ କହିଛନ୍ତି। କେବଳ ସରକାରୀ ବିଭାଗ ଦ୍ବାରା ପତ୍ର ଖରିଦ କରାଯିବ। ସମସ୍ତ କେନ୍ଦୁପତ୍ର ତୋଳାଳୀମାନେ ସରକାରୀ ସଂସ୍ଥାକୁ ନିଜର ପତ୍ର ବିକ୍ରି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି I ସରକାରଙ୍କ ଆଦେଶକୁ ଯଦି କୌଣସି ଘରୋଇ ସଂସ୍ଥା ଅବମାନନା କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ମାଲକାନଗିରି ବନ ବିଭାଗ ତରଫରୁ ବିଭିନ୍ନ ଅଞ୍ଚଳରେ ସ୍କାର୍ଡ ଗଠନ କରାଯାଇ ଅସାଧୁ ମାନଙ୍କୁ ଧରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି |
ମାଲକାନଗିରି ରୁ ଶିବପ୍ରସାଦ ପରିଛା ଙ୍କ ରିପଟ ବିଶେଷ ଖବର